ସବୁ ପଞ୍ଚାୟତରେ ୭୧୪୨ ଆକାଉଣ୍ଟାଣ୍ଟଙ୍କୁ ମିଳିବ ନିଯୁକ୍ତି

ଗ୍ରାମ ପଞ୍ଚାୟତଗୁଡିକରେ ରାଜ୍ୟ  ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ଗୁଡିକର ଆର୍ଥିକ ପରିଚାଳନା ଓ ଡକୁମେଣ୍ଟେସନ ସୁବିଧା ପାଇଁ ସମସ୍ତ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲାଗୁଡିକରେ ରାଜ୍ୟ ସରକାର ଆକାଉଣ୍ଟାଣ୍ଟ କମ ଡାଟାଏଣ୍ଟ୍ରି ଅପରରେଟର ପଦବୀ ସୃଷ୍ଟି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଥିନିମନ୍ତେ ୭୧୪୨ ପଦବୀ ସୃଷ୍ଟି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ  ଅନୁମୋଦନ କରାଯାଇଛି।

ଆକାଉଣ୍ଟାଣ୍ଟ କମ ଡାଟାଏଣ୍ଟ୍ରି ଅପରରେଟରମାନେ ଗ୍ରାମ ପଞ୍ଚାୟତ ପ୍ରଶାସନିକ ନିୟନ୍ତ୍ରଣରେ କାର୍ଯ୍ୟ କରିବେ। ଗ୍ରାମପଞ୍ଚାୟତକୁ ଅଧିକ ଜୀବନ୍ତ ଓ ଗତିଶୀଳ କରିବା ପାଇଁ  ଓଡିଶା ଆକାଉଣ୍ଟ କମ -ଡାଟା ଏଣ୍ଟ୍ରି ଅପରେଟର(ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ) ନିୟମ-୨୦୨୪ ନାମରେ ଏକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି। ଗ୍ରମା ପଞ୍ଚାୟତର ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସହିତ ଜଡିତ ଥିବା ଗ୍ରାମ ରୋଜଗାର ସେବକଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଆକାଉଣ୍ଟ କମ ଡାଟାଏର୍ଟି ଅପରେଟର  ୩୦ ପ୍ରତିଶତ ପଦବୀରେ ସେମାନଙ୍କୁ ମନୋନୀତ କରାଯିବ।

ଅବଶିଷ୍ଟ ୭୦ ପ୍ରତିଶତ ପଦବୀ ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ପ୍ରତ୍ୟକ୍ଷ ନିଯୁକ୍ତି ଦିଆଯିବ। ଯେଉଁ ଗ୍ରାମ ରୋଜଗାର ସେବକ ଲଗାତର ୫ ବର୍ଷ ପୂରଣ କରିଥିବେ ଓ ସେମାନଙ୍କର ଆବଶ୍ୟକ  ଯୋଗ୍ୟତା ଥିବ ସେମାନଙ୍କୁ ଖାଲି ପଦବୀରେ ଥଇଥାନ  କରାଯିବ।

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!