ରପ୍ତାନିର ରାସ୍ତାରେ ମହିଳା ଉଦ୍ୟୋଗୀ

ଆଇସିସି ଜାତୀୟ ମହିଳା ଉଦ୍ୟମିତା ପରିଷଦ (ଆଇଏନ୍‌ଡବ୍ଲ୍ୟୁଇସି) ଏବଂ ଫିଓ-ଓଡ଼ିଶା ଚାପ୍ଟରର ମିଳିତ ଉଦ୍ୟମରେ ଏବଂ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସହଯୋଗରେ  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମହିଳା ଉଦ୍ୟୋଗୀଙ୍କ ପାଇଁ ରପ୍ତାନି ସୁଯୋଗ ଉପରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୀମା ଶୁଳ୍କ ବିଭାଗର କମିସନର(ପ୍ରିଭେଣ୍ଟ୍‌) ମାଧବ ଚନ୍ଦ୍ର ମିଶ୍ର , ଓଡ଼ିଶା ସରକାରଙ୍କ ଡିଇପିଆଣ୍ଡ୍‌ଏମ୍‌ର ନିର୍ଦ୍ଦେଶକ ବିମଳେନ୍ଦୁ ରାୟ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଜୋନାଲ ମ୍ୟାନେଜର ଆଲୋକ କୁମାର ମିଶ୍ର, ଫିଓର ଓଡ଼ିଶା ଚାପ୍ଟର ମୁଖ୍ୟ କମଲ ସାହୁ, ଆଇଏନଡବ୍ଲ୍ୟଇସିର ଆବାହକ ପ୍ରୀତି ପଟ୍ଟନାୟକ, ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ ବି ପାଣି ପ୍ରମୁଖ ଅତିଥିଭାବେ ଯୋଗ‌ଦେଇଥିଲେ।

ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟବସାୟ ସହ ଯୋଡ଼ି ହୋଇ ନିଜ ନିଜର ବ୍ୟବସାୟକୁ କିଭଳି ମହିଳା ଉଦ୍ୟୋଗୀମାନେ ବଢ଼ାଇବେ ତାହା ଉପରେ ଆଲୋଚନା ହୋଇଥିଲା। ଏଥିସହିତ ଦକ୍ଷତା ବିକାଶ ପାଇଁ ସରକାରୀ-ଘରୋଇ ସହଭାଗିତା, ଉଦ୍ୟମିତା ଶିକ୍ଷା, ମହିଳା ଉଦ୍ୟୋଗୀଙ୍କ ପାଇଁ କନସଲଟାନ୍ସି ସେବା ଆଦି ଉପରେ ଗୁରୁତ୍ବାରୋପ କରାଯାଇଥିଲା। ରିଅଲ ଟାଇମ ସୂଚନା ଉପଲବ୍ଧତା, ଡିଜିଟାଇଜେସନ ଏବଂ ରପ୍ତାନିର ପରିସରକୁ ବିଭିନ୍ନ ଦିଗରୁ ବ୍ୟାପକ କରିବା ଉପରେ ଅତିଥିମାନେ ମତ ରଖିଥିଲେ।

ଏହି ପରିପ୍ରେକ୍ଷୀରେ ଲୋକାଲ ଟୁ ଗ୍ଲୋବାଲ, ରୋଲ୍‌ ଅଫ୍‌ ଫରେନ୍ ପୋଷ୍ଟ୍‌ ଅଫିସ, ଡକ୍ୟୁମେଣ୍ଟେସନ୍ସ ଫର ସି ଆଣ୍ଡ ଏୟାର କାର୍ଗୋ କ୍ଲିୟରାନ୍ସ ଉପରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଶେଷରେ ବକ୍ତା ଓ ଅଂଶଗ୍ରହଣକାରୀମାନଙ୍କୁ ଆଇଏନଡବ୍ଲୁଇସି ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!