ରିମାଣ୍ଡରେ ଯିବେ ବଣ୍ଟି ବବଲି

ରିମାଣ୍ଡରେ ଯିବେ ବଣ୍ଟି ବବଲି । ଖୋଲିବ ହାଇ ପ୍ରୋଫାଇଲ ଠକ ହଂସିତା ଓ ଅନିଲଙ୍କ କଳା ସାମ୍ରାଜ୍ୟର ଗୁମର। ଦିନକ ପାଇଁ ରିମାଣ୍ଡରେ ନେଇ ଦୁହିଁଙ୍କୁ ଜେରା କରିବ ଆୟକର ବିଭାଗ ।  କେମିତି ନଗଦ ଟଙ୍କାରେ କିଣିଲେ ଦାମୀ କାର ଓ ଅନ୍ୟ ଜିନିଷ, କଣ ରହିଛି ଦୁହିଁଙ୍କ ଆୟର ଉତ୍ସ, ରିମାଣ୍ଡରେ ନେଇ ପଚରା-ଉଚୁରା କରିବ, ଇନ୍‌କମ୍‌ ଟାକ୍ସର ସ୍ବତନ୍ତ୍ର ଟିମ୍  ।  

ଏହାକୁ ନେଇ ହଂସିତା ଓ ଅନିଲ କମିସନରେଟ ପୋଲିସଠାରୁ ବଣ୍ଟି ବବଲୀଙ୍କ ତଥ୍ୟ ନେଲା ଆୟକର ବିଭାଗ  ।  ଜବତ ହୋଇଥିବା ହାର୍ଡଡିସ୍କ ଓ ଲାପଟପ ନେଇଛି ଆୟକର ବିଭାଗର ସ୍ୱତନ୍ତ୍ର ଟିମ । ରିମାଣ୍ଡରେ ନେଇ ପଚରାଉଚରା କରିବ ସ୍ପେଶାଲ କ୍ରାଇମ ୟୁନିଟ  ।  ରିମାଣ୍ଡରେ ନେବା ପରେ କଳା ସାମ୍ରାଜ୍ୟର ଗୁମର ସାମ୍ନାକୁ ଆସିବ। ନଗଦ କାର ଓ ଦାମୀ ଜିନିଷ କିଣି ନଜରକୁ ଆସିଛନ୍ତି ଏହି ଦମ୍ପତି । ବୁଧବାର ମଧ୍ୟ ହଂସିତାଙ୍କ ଘରେ ରେଡ କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆଚାର୍ଯ୍ୟ କଲୋନୀରେ ଆୟକର ବିଭାଗର ଟିମ୍ ହଂସିତାଙ୍କ ଶଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଘରେ ଚଢ଼ାଉ ହୋଇଛି ।

ତାଙ୍କ ଆୟର ଉତ୍ସ କ’ଣ, ସେନେଇ ଆୟକର ବିଭାଗ ଖୋଳତାଡ଼ ଚଳାଇଛି। ୨୦୨୦ ମସିହାରେ ସୀମାଞ୍ଚଳଙ୍କ ପୁଅ ମନୋଜ ଆଚାର୍ଯ୍ୟଙ୍କୁ ହଂସିତା ବିବାହ କରିଥିଲେ। ମନୋଜ ଆଚାର୍ଯ୍ୟ ବାଲିଗୁଡ଼ା NAC କାଉନସିଲର ଥିଲେ । କଂଗ୍ରେସ ଟିକେଟରୁ ୨୦୧୯ ରେ କନ୍ଧମାଳ ଲୋକସଭା ଟିକଟ ପାଇ ନିର୍ବାଚନ ଲଢିଥିଲେ।

Post Views33 Total Count

Apply Now


This will close in 0 seconds

error: Content is protected !!