ଲସ୍‌ ଏଞ୍ଜେଲ୍ସରେ ଭୟାବହ ବନାଗ୍ନି

ଲସ୍‌ ଏଞ୍ଜେଲ୍ସରେ ଏକ ବଡ଼ ଧରଣର ବନାଗ୍ନି ଆତଙ୍କ ଖେଳାଇ ଦେଇଛି। ଏଥିପାଇଁ ପ୍ରାୟ ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ସାଣ୍ଟା ମୋନିକା ଏବଂ ମାଲିବୁ ମଧ୍ୟରେ ପାସିଫିକ୍‌ ପାଲିସେଡ୍ସ ଅଞ୍ଚଳରେ ପ୍ରାୟ ୧୨୬୨ ଏକର ଜଙ୍ଗଲ ଅଞ୍ଚଳ ଜଳି ପୋଡ଼ି ଛାରଖାର ହୋଇଯାଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ନିଆଁ ଅତି ଭୟାନକ ରୂପ ନେଇଥିଲା।

୩୦ ହଜାର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଇଥିଲେ ମଧ୍ୟ ଆହୁରି ଅନେକ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ ବ୍ୟାପିବା ଫଳରେ ଲୋକମାନେ ତୋପାଙ୍ଗା କାନ୍ୟନ୍‌ ପାର୍ବତ୍ୟାଞ୍ଚଳ ଛାଡ଼ି ଦେଇଛନ୍ତି। ସମଗ୍ର ହାଇୱେ ନିଆଁ କବଳକୁ ଚାଲିଆସିବାରୁ ଲୋକେ ପାଲିସେଡ୍ସ ଡ୍ରାଇଭ୍‌ରେ ସେମାନଙ୍କ କାର୍‌ ଛାଡ଼ି ଦୌଡ଼ିଥିଲେ। ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା।

Post Views69 Total Count

Apply Now


This will close in 0 seconds

error: Content is protected !!