ଆଜି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅପରାହ୍ଣ ୪ଟା ୩୫ରେ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ସେଠାରେ ରାତ୍ରୀଯାପନ କରିବେ। ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ସମାରୋହରେ ଯୋଗଦେବେ।

୧୧ଟା ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ। ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ ରଖିବେ। ଏହାସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ। ସେଠାରେ ପ୍ରାୟ ୫ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ। ରାଷ୍ଟ୍ରପତିଙ୍କ କାରକେଡ ଯିବା ପାଇଁ ଦିନ ୧୧ଟା ୨୦ ମିନିଟରୁ ୧୧ଟା ୫୦ ମିନିଟ ଯାଏଁ ରାଜଭବନରୁ ନାଲକୋ ଛକ ରାସ୍ତା ସଂପୂର୍ଣ୍ଣ ବନ୍ଦ କରାଯିବ।

ସେହିପରି ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସକାଳ ୧୦ଟାରେ ଜନତା ମୈଦାନରେ ୪ଟି ପ୍ରଦର୍ଶନୀର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରବାସୀ ଭାରତୀୟ ଏକ୍ସପ୍ରେସର ରିମୋଟ୍ ମାଧ୍ୟମରେ ଶୁଭାରମ୍ଭ ଏବଂ ପ୍ରମୋସନାଲ ଷ୍ଟଲ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ।

Post Views16 Total Count

Apply Now


This will close in 0 seconds

error: Content is protected !!