ସ୍ମାର୍ଟସିଟି ଭୁବନେଶ୍ୱରର ଅଧିକାଂଶ ଘରର ଛାତ ଉପରେ ଠିଆ ହୋଇଛି ବଡ଼ ବଡ଼ ହୋର୍ଡିଂ ବା ବିଜ୍ଞାପନ। ବହୁ ପୁରୁଣା ଘରର ଛାତ ଉପରେ, ଜନଗହଳି ପୂର୍ଣ ସ୍ଥାନରେ ଲୁହାର ଫ୍ରେମରେ ନିର୍ମାଣ ଏସବୁ ହୋର୍ଡିଂ ବିପଦପୂର୍ଣ୍ଣ ।
ଯେକୌଣସି ମୁହୂର୍ତ୍ତରେ କିଛି ବି ଅଘଟଣ ଘଟିପାରେ । ବିଏମସିକୁ ଘାରିଲା ରାଜଧାନିବାସୀଙ୍କ ସୁରକ୍ଷା ଚିନ୍ତା । ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ ।
ଛାତ ଉପରୁ ହଟିବ ବେନିୟମ ତଥା ଅସୁରକ୍ଷିତ ହୋର୍ଡିଂ । ବେନିୟମ ହୋର୍ଡିଂ ଯୋଗୁଁ ବଦନାମ ସହିତ ରାଜସ୍ବ କ୍ଷତି ସହୁଥିଲା ବିଏମସି ।
ଶେଷ ହୋଇଛି ହୋର୍ଡିଂ ହଟାଇବା ନେଇ ବିଏମସି ଦେଇଥିବା ଅବଧି । ପୂର୍ବରୁ ହୋର୍ଡିଂ ହଟାଇବା ନେଇ ବିଜ୍ଞାପନ ସଂସ୍ଥା ଓ ସମ୍ପୃକ୍ତ ଗୃହ ମାଲିକଙ୍କୁ ନୋଟିସ ଦେଇଥିଲା ବିଏମସି ।
ନୋଟିସ ଅବଧି ଶେଷ ପରେ ଏବେ ଆକ୍ସନ ମୋଡ଼ରେ କର୍ତ୍ତୃପକ୍ଷ । ଏକ ଘରୋଇ ସଂସ୍ଥାକୁ ହୋର୍ଡିଂ ହଟାଇବା ପାଇଁ ନିୟୋଜିତ କରାଯାଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

