ଆଦିବାସୀ ଟଙ୍କା ଖାଇଲା କିଏ ?

ପାରଳାଖେମୁଣ୍ଡି ଆଇଟିଡିଏରେ ଆଦିବାସୀଙ୍କ ଟଙ୍କା ହେରଫେର ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଚାଲିଛି । ଦକ୍ଷିଣାଞ୍ଚଳ ଆରଡିସି ଚିଠି ଲେଖି ତଦନ୍ତ ପାଇଁ ସୁପାରିସ୍ କରିଥିଲେ ।

ଦୀର୍ଘ ବର୍ଷ ଧରି କ୍ୟାସ୍‌ ଆନାଲିସିସ୍‌ ହୋଇ ନଥିବାରୁ ଆରଡିସି ଏଥିରେ ବଡ଼ଧରଣର ଦୁର୍ନୀତି ସନ୍ଦେହ କରିଥିଲେ । ଏନେଇ ସେ ଗତ ୧୭ ନଭେମ୍ବରରେ ବିଭାଗୀୟ ସଚିବ ତଥା କମିସନରଙ୍କୁ ଚିଠିରେ ତଦନ୍ତ କରିବାକୁ ଲେଖିଥିଲେ । ହେଲେ ଆଜି ଯାଏଁ ଆରମ୍ଭ ହୋଇନି ତଦନ୍ତ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଇଟିଡିଏରେ ଆଦିବାସୀଙ୍କ ଟଙ୍କା ହେରଫେର ନେଇ ତଦନ୍ତ ଚାଲିଛି । ଜିଲ୍ଲାପାଳ ନିଜେ ଏକ କମିଟି ଗଢ଼ି ସ୍ବତନ୍ତ୍ର ତଦନ୍ତ ଚଳାଇଛନ୍ତି । ଏହାରି ଭିତରେ ଦକ୍ଷିଣାଞ୍ଚଳ ଆରଡିସି ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ ଲେଖିଥିବା ତଦନ୍ତ ସୁପାରିସ ଚିଠି ସାମ୍ନାକୁ ଆସିଛି ।

Post Views3 Total Count

Apply Now


This will close in 0 seconds

error: Content is protected !!