ଭିଆର୍‌ଏସ୍‌ ନେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ । ବରିଷ୍ଠ IAS ଅଧିକାରୀ ସୁଜାତା କାର୍ତ୍ତିକେୟନ ନିଜ ପ୍ରଶାସନିକ ସେବାରୁ ଅବସର ନେଇଥିବା ସୂଚନା ମିଳିଛି । ସୁଜାତାଙ୍କ ଭିଆରଏସ୍‌ ଆବେଦନକୁ କେନ୍ଦ୍ର ମଞ୍ଜୁରୀ ଦେଇଥିବା ସୂଚନା ମିଳିଛି ।

୨୦୦୦ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍। ୨୦୦୦ ମସିହାରେ ରାଜ୍ୟରେ ବିଜେଡ଼ି ସରକାର ଆସିବା ପରେ ସୁଜାତା କାର୍ତ୍ତିକେୟନଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା । ସେ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ସହ ସଚିବ ଭାବେ ଅନେକ ବିଭାଗର କାର୍ଯ୍ୟ ଭାର ସମ୍ଭାଳିଥିଲେ। ତେବେ ୨୦୨୪ ନିର୍ବାଚନରେ ବିଜେଡ଼ିର ପରାଜୟ ହୋଇଥିଲା । ଆଉ ଶାସନ ଗାଦିକୁ ଆସିଥିଲା ବିଜେପି । ୨୦୨୪ରେ ସୁଜାତା ଛଅ ମାସ ପାଇଁ ଛୁଟିରେ ରହିଥିଲେ । ନଭେମ୍ବର ୨୬ ପର୍ଯ୍ୟନ୍ତ ତାଙ୍କ ଛୁଟିକୁ ମଞ୍ଜୁର କରାଯାଇଥିଲା । କିନ୍ତୁ ତାଙ୍କ ଆବେଦନ ଅନୁସାରେ ଅଧିକ ଛଅ ମାସର ଛୁଟି ବୃଦ୍ଧି ପାଇଁ ରାଜ୍ୟ ସରକାର ମନା କରିଦେଇଥିଲେ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍। ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ସୁଜାତା କାର୍ତ୍ତିକେୟନ୍‌ଙ୍କ ଆବେଦନକୁ କେନ୍ଦ୍ର ମଞ୍ଜୁର କରିଥିବା ସୂଚନା ମିଳିଛି। ସେହିପରି ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍।

Post Views1 Total Count

Apply Now


This will close in 0 seconds

error: Content is protected !!