୨୫ରେ ଘୁର୍ଣ୍ଣିବଳୟ !

ଆସୁଛି ବଡ଼ ବର୍ଷା । ୨୫ରେ ସୃଷ୍ଟି ହେଇପାରେ ଘୁର୍ଣ୍ଣିବଳୟ । ଏହାର ପ୍ରଭାବରେ ବଢ଼ିପାରେ ବର୍ଷା । ୨୫ ଜୁନ୍ ପାଖାପାଖି ପଶ୍ଚିମବଙ୍ଗ ଏବଂ ଆଖପାଖ ଅଞ୍ଚଳ ଉପରେ ଏକ ବାୟୁମଣ୍ଡଳ ସ୍ତରୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଲଘୁଚାପ ସୃଷ୍ଟି ହେଇପାରେ ।

ଉତ୍ତର ଓଡ଼ିଶାରେ ରହିଛି ବଡ଼ ବର୍ଷା । ଏଥିପାଇଁ ଉତ୍ତର ଓଡ଼ିଶାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୨୫ଜୁ ୨୬ଜୁନ ମଧ୍ୟରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୬ରୁ ୨୭ ଜୁନ୍‌ ମଧ୍ୟରେ ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଯାଇଛି ।

ସେପଟେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀର ଜଳସ୍ତର କମିଛି । ମାତ୍ର ବନ୍ୟା ପ୍ରଭାବିତଙ୍କ ଦୁର୍ଦ୍ଦଶା ଏବେ ଯାଏଁ କମିନି । ନଦୀର ଜଳସ୍ତର ହ୍ରାସ ପାଇ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୮.୯୪ ମିଟରରେ ପ୍ରବାହିତ ହେଉଛି ।

Post Views21 Total Count

Apply Now


This will close in 0 seconds

error: Content is protected !!