ସୁନାବେଶ ପାଇଁ ଜାଣନ୍ତୁ କଣ ରହିଛି ଟ୍ରାଫିକ ଅପଡେଟ

ଆଜି ମହାପ୍ରଭୁଙ୍କ ସୁନାବେଶ | ମହଣ ମହଣ ସୁନାରେ ସଜେଇହେବେ କାଳିଆ ଠାକୁର | ତେବେ ମହାପ୍ରଭୁଙ୍କ ଏହି ବେଶ ଦେଖିବାକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବେ ପୁରୀ ମୁହାଁ ହୋଇଛନ୍ତି | ଆପଣ ବି ପୁରୀ ଯିବା ପାଇଁ ବାହାରୁଛନ୍ତି କି? ତେବେ ଆପଣଙ୍କ ସୂଚନା ପାଇଁ ଜଣାଇଦେବାକୁ ଚାଁହୁଛୁ ଯେ ଅପରାହ୍ଣ ୫ଟାରେ ସୁନାବେଶ ହେବାକୁ ଥିବା ବେଳେ ଏଥିପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଲାଣି ।ପୁରୀରେ ଅଧିକ  ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ । ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି । ବାଟଗାଁ ଓ ମାଳତିପାଟପୁରରେ ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଭିଡ଼କୁ ନଜରରେ ରଖି ଯୋଜନା କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ ।

ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ  ରାତି ସାରା  ଅଧିକ ଭକ୍ତ ପୁରୀକୁ ଆଗମନ  ଯୋଗୁଁ ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ପାର୍କିଂ ସ୍ଥାନଗୁଡ଼ିକର ଉପଲବ୍ଧତା ଅନୁସାରେ ତାଲବଣିଆ ଏବଂ ଷ୍ଟର୍ଲିଂ ଆଡକୁ ଗତି କରାଯାଉଛି। ବାଟଗାଁ/ମାଳତୀପାଟପୁରରେ ଅପେକ୍ଷା ସମୟ ଅଧିକ ହୋଇପାରେ। ଭକ୍ତମାନେ ଦୟା କରି  ଏହି ସୂଚନାକୁ ଧ୍ୟାନରେ ରଖନ୍ତୁ ଏବଂ ନିଜର ଯୋଜନା ପ୍ରସ୍ତୁତ କରନ୍ତୁ।

Post Views4 Total Count

Apply Now


This will close in 0 seconds

error: Content is protected !!