ସାବଧାନ! ଖୋଲିଲା ହୀରାକୁଦ ଗେଟ୍

ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ହୀରାକୁଦ ଜଳଭଣ୍ଡାର ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି ।

ପ୍ରଥମେ ହୀରାକୁଦ ଜଳଭଣ୍ଡାର ରେ ବିଧିବିଧାନ ଅନୁସାରେ ପୁଜାର୍ଚ୍ଚନା କରାଯିବା ପରେ ହୀରାକୁଦ ଜଳଭଣ୍ଡାର ର ବାମପଟେ ଥିବା 7 ନମ୍ବର ଗେଟ୍ ଯୋଗେ ଚଳିତ ବର୍ଷର ବନ୍ୟାଜଳ ନିଷ୍କାସନ କରାଯାଇଛି
ତେବେ ଜଳନିଷ୍କାସନ ପୁର୍ବରୁ ସତର୍କତା ମୂଳକ ସାଇରାନ ବାଜିଥିଲା ।

ଏହି ଜଳ ନିଷ୍କାସନ ବେଳେ ହୀରାକୁଦ ଜଳଭଣ୍ଡାର କର୍ତ୍ତୁପକ୍ଷଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଆଜି ପର୍ଯ୍ୟାୟ କ୍ରମେ ହୀରାକୁଦ ଜଳଭଣ୍ଡାର ଠାରୁ ବାମପଟେ 8 ଗୋଟି ଓ ଡାହାଣ ପଟେ 4 ଗୋଟି ମୋଟ 12 ଗୋଟି ଗେଟ୍ ଦେଇ ଜଳନିଷ୍କାସନ କରାଯିବା ନେଇ ସୁଚନା ମିଳିଛି । ତେବେ ଆଜି ଦିନ ଦିନ 9 ଟା 25 ମିନିଟ୍ ସୁଦ୍ଧା ଜଳଭଣ୍ଡାର ଜଳସ୍ତର 609 ଦଶମିକ 54 ଫୁଟ୍ ରହିଛି ।

ତେବେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ 2 ଲକ୍ଷ 1 ହଜାର 316 କ୍ୟୁସେକ ଜଳ ପ୍ରବେଶ କରୁଥିବା ନେଇ ସୁଚନା ରହିଛି । ତେବେ ହୀରାକୁଦ ଜଳଭଣ୍ଡାର ର ପ୍ରଥମ ବନ୍ୟାଜଳ ନିଷ୍କାସନ ଦେଖିବାକୁ ବହୁ ଜନ ସମାଗମ ହୀରାକୁଦ ଠାରେ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାର ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବା ପରେ ତଳି ଅଞ୍ଚଳରେ ମହାନଦୀ ଓ ତାର ଶାଖା ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ନଦୀ ମଧ୍ୟକୁ ପ୍ରବେଶ ପାଇଁ ପୁର୍ବରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ଜଳଭଣ୍ଡାର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୁଚନା ଦିଆଯାଇଥିଲା ।

ଏହାସହ ତଳିଆ ଅଞ୍ଚଳର 13 ଟି ଜିଲ୍ଲା ଜିଲ୍ଲାପାଳ ମାନଙ୍କୁ ମଧ୍ୟ ପୂର୍ବରୁ ଡ୍ୟାମ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ସତର୍କ କରାଯାଇଥିଲା । ହୀରାକୁଦ ଜଲଭଣ୍ଡାର ର ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ ଡ୍ୟାମରେ 64 ସୁଇସ ଗେଟ ଓ 34 କ୍ରେଷ୍ଟ ଗେଟ କୁ ମିଶାଇ 98 ଗେଟ ରହିଛି । ହୀରାକୁଦ ଜଲଭଣ୍ଡାର ପରିଚାଳନା ରୁଲ କର୍ଭ ଅନୁସାରେ କରାଯାଇଥାଏ ।

Post Views3 Total Count

Apply Now


This will close in 0 seconds

error: Content is protected !!