ଶପଥ ଗ୍ରହଣ ଉତ୍ସବରେ ରାଜଧାନୀରେ ଟ୍ରାଫିକ କଟକଣା

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ୱର ଆସୁଛନ୍ତି ଆଜି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୁଧବାର ଦିନ ୨ଟାରୁ ସଂଧ୍ୟା ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବବିହାରରୁ ନାଲ୍କୋ ଛକ ଓ ସଂଲଗ୍ନ ଗଳିରାସ୍ତାରେ ସାଧାରଣ ଯାନବାହାନ ଚଳାଚଳକୁ ବାରଣ କରାଯାଇଛି।

କେବଳ ଶପଥ ଗ୍ରହଣ ଉତ୍ସବକୁ କର୍ମୀ ତଥା ସମର୍ଥକଙ୍କୁ ନେଇ ଆସୁଥିବା ଗାଡ଼ିମାନେ ପୁଲିସ ନିର୍ଦ୍ଦେଶନାମା ରୁଟ୍ରେ ଯାତାୟାତ କରିପାରିବେ।ଏହି ସମୟରେ କଟକ ପଟୁ ଆସୁଥିବା ବସ୍ଗୁଡ଼ିକ ରସୁଲଗଡ଼ ରେଲ୍ୱେ ଓଭରବ୍ରିଜ୍ ଠାରୁ ସର୍ଭିସ୍ ରୋଡ୍ରେ ଆସି ବାଣୀବିହାର ଛକ ଦେଇ ଆଚାର୍ୟ୍ୟବିହାର ଛକରୁ ଡାହାଣକୁ ଯିବେ ଏବଂ ଆପୋଲୋ ହସ୍ପିଟାଲ୍, ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକମାନଙ୍କୁ ଓହ୍ଲାଇବେ।

ଏହାପରେ ଗାଡ଼ିଗୁଡ଼ିକ ନାଲ୍କୋ ଛକ, କଳିଙ୍ଗ ହସ୍ପିଟାଲ୍ ରାସ୍ତା ଓ ରେଲ୍ୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ରେ ପାର୍କିଂ କରିପାରିବେ। ସେହିପରି ଖୋର୍ଦ୍ଧା ପଟୁ ଆସୁଥିବା ବସ୍ ଗୁଡ଼ିକ ଜୟଦେବବିହାର ଫ୍ଲାଏଓଭର ବ୍ରିଜ୍ ଅତିକ୍ରମ କଲାପରେ ସର୍ଭିସ୍ ରୋଡ୍ ଦେଇ ଆଚାର୍ୟ୍ୟବିହାର ଛକରୁ ଆପୋଲୋ ହସ୍ପିଟାଲ୍ ଓ ସୈନିକ ସ୍କୁଲ୍ ରାସ୍ତା ଦେଇ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ସମର୍ଥକ ମାନଙ୍କୁ ଓହ୍ଲାଇବେ ଏବଂ ନାଲ୍କୋ ଛକ ଦେଇ କଳିଙ୍ଗ ହସ୍ପିଟାଲ୍ ରାସ୍ତାରେ ରେଲୱେ କଲୋନି ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍ ରେ ପାର୍କିଂ କରିପାରିବେ। ସେହିଭଳି ନନ୍ଦନକାନନ ପଟୁ ଆସୁଥିବା ବସ୍ଗୁଡ଼ିକ ଓମ୍ଫେଡ୍ ଛକରୁ ଏମ୍ସିଏଲ୍ ଅତିଥିଭବନ ଓ ପ୍ରେସ୍ କଲୋନି ଛକରୁ ଓଏସ୍ଏପି ୭ମ ବିଏନ୍ ପଡ଼ିଆ ଗେଟ୍ ପାଖରେ ଯାତ୍ରୀ/ସମର୍ଥକ ମାନଙ୍କୁ ଓହ୍ଲାଇବେ।

Post Views75 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!