ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ

ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ବେହାଲ। ଆକାଶରୁ ବର୍ଷୁଛି ଅଗ୍ନି। ସୂର୍ଯ୍ୟ ନଇଁବା ଯାଏ ନିସ୍ତାର ନାହିଁ। ସନ୍ଧ୍ୟା ପରେ ଖରା ନ ଥିଲେ ମଧ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ପଙ୍ଖା ପବନ କାଟୁ କରୁନାହିଁ। ଜଳିପୋଡ଼ି ଯାଉଛି ଦେହମୁଣ୍ଡ। ମଙ୍ଗଳବାର ପାରଦ ୪୧ ଡିଗ୍ରୀ ସେଲ୍‌ସିୟସ ଥିବାବେଳେ ବୁଧବାର ୨ ଡିଗ୍ରୀ ବଢ଼ି ୪୩ ଡିଗ୍ରୀ ପାର କରିଛି। ଝାରସୁଗୁଡ଼ା ସମଗ୍ର ଦେଶର ଉତ୍ତପ୍ତ ସହର ପାଲଟି ଯାଇଛି।

ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୧୪ ସହରର ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ମଧ୍ୟରେ ରହିଛି।

ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ବାରିପଦାରେ ସର୍ବାଧିକ ୪୨.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ୪୨,ବୌଦ୍ଧ ୪୧.୬, ତାଳଚେର ୪୧.୬, ବଲାଙ୍ଗୀର ୪୧.୨, ଟିଟିଲାଗଡ଼ ୪୧.୨, ଅନୁଗୋଳ ୪୧.୧, ଭଦ୍ରକ ୪୧, ସୁନ୍ଦରଗଡ଼ ୪୧, ସୋନପୁର ୪୧, ହୀରାକୁଦ ୪୦.୭, ରାଉରକେଲା ୪୦.୬, ଚାନ୍ଦବାଲି ୪୦.୩, କଟକ ୩୯.୮, ଭୁବନେଶ୍ୱର ୩୯.୮, ବାଲେଶ୍ୱର ୩୯.୬, ଗୋପାଳପୁର ୩୯.୧, ଭବାନୀପାଟଣା ୩୯.୮, ମାଲକାନଗିରି ୩୯.୫, ନୟାଗଡ ୩୯.୯, ପାରଳାଖେମୁଣ୍ଡି ୩୯.୬, ଯାଜପୁର ୩୯ ଏବଂ ବରଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ତେବେ ଗୋପାଳପୁରର ସର୍ବୋଚ୍ଚ ତାପମାତ୍ରା ୨୯ ବର୍ଷର ରେକର୍ଡ ଭାଙ୍ଗିଛି। ଏଠାରେ ୧୯୯୪ ଏପ୍ରିଲ ୧୨ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୩୭.୮ ଡିଗ୍ରୀ ଥିବା ବେଳେ ବୁଧବାର ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!