ଆରମ୍ଭ ହେବ କଂସାରୀଗୁଡ଼ା ରିଫାଇନାରୀ ପ୍ରକଳ୍ପ, 17 ବର୍ଷ ପରେ ଚୁକ୍ତି ସ୍ୱାକ୍ଷର

ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକର କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାୟନାରୀ ପ୍ଲାଣ୍ଟ। ଏନେଇ  ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ କ୍ଷତିଗ୍ରସ୍ତ ହୋଇଥିବା ଏବଂ ବିସ୍ଥାପିତ ହୋଇଥିବା ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ବାକ୍ଷର ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଞ୍ଚଳର ଲୋକଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।ଲୋକଙ୍କ ସହଯୋଗରେ ଏହା ତୁରନ୍ତ କାର୍ଯ୍ୟକ୍ଷମ ହେବ ଏବଂ ଏହି ଅଞ୍ଚଳର ବିକାଶରେ ଏହା ସହଯୋଗ ହେବ।ପ୍ରାୟ ୧୭ ବର୍ଷପରେ ଏହି ରିଫାୟନାରୀ ପ୍ଲାଣ୍ଟ ହେବାକୁ ଯାଉଛି। ଉପସ୍ଥିତ ଅଞ୍ଚଳବାସୀ ମଧ୍ୟ ସମସ୍ତ ସହଯୋଗ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ।

ଏହି ରିଫାୟନାରୀ ପ୍ଲାଣ୍ଟରେ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶରେ ବାର୍ଷିକ ଉତ୍ପାଦନ ହେବ ୨ ମିଲିୟନ ଟନ ଆଲୁମିନା।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନ କନଭେନ ସେଣ୍ଟରରେ ଓଏମସି ଓ ହିଣ୍ଡାଲୋକ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ବୁଝାମଣା ପତ୍ର। ଓଏମସି କଳାହାଣ୍ଡିର କୋଡ଼ିଂଗାମାଳି ବକ୍ସାଇଟ ଖଣିରୁ ଦୀର୍ଘମିଆଦି ସୂତ୍ରରେ ଯୋଗାଇବ କଞ୍ଚାମାଲ। ପ୍ରାଥମିକ ପର୍ଯ୍ୟୟରେ ସିଧାସଳଖ ନିଯୁକ୍ତି ପାଇବେ ୫ ହଜାର। ପରେ ସମ୍ପୂର୍ଣ୍ଣ ଉତ୍ପାଦନକ୍ଷମ ହେଲେ ୭ ହଜାର ନିଯୁକ୍ତି ମିଳିବ।

ପରିବେଶ ଅନୁକୂଳ ରିଫାଇନାରୀ ପ୍ରତିଷ୍ଠା ହେବ। ବୁଝାମଣା ପତ୍ର ଅନୁଯାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଆଙ୍କୁ ପ୍ରାଥମିକତା ମିଳିବ।ଏହା ସହିତ ଏକ ଗାର୍ମେଣ୍ଟ ଫାକ୍ଟ୍ରି କରିବାକୁ ହିଣ୍ଡାଲକୋ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଆଜି ଗୁରୁବାର ବୈଠକରେ ଘୋଷଣା କରିଛନ୍ତି। ଏଥିରେ ୧୫ଶହ ଲୋକ ନିଯୁକ୍ତି ପାଇବେ। ଦୁଇରୁ ୩ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ୨୦୨୬ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଛନ୍ତି।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!