ଧୈର୍ଯ୍ୟ ଓ ସାହାସ ବଳରେ ଜିତିଲା ଜୀବନ

ଧୈର୍ଯ୍ୟ ଓ ସାହାସ ବଳରେ ଜିତିଲା ଜୀବନ । ୧୭ ଦିନର ସଂଘର୍ଷ ପରେ ଆଲୋକ ଦେଖିଲେ ୪୧ ଜଣ ଶ୍ରମିକ । ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି । ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ପାରମ୍ପରିକ ରାଟ ହୋଲ୍‌ ମାଇନିଂ ଦ୍ୱାରା ଶ୍ରମିକଙ୍କ ପାଖରେ ଉଦ୍ଧାରକାରୀ ଦଳର ପାଇପ ପହଞ୍ଚିଥିଲା । ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୨୪ ଘଣ୍ଟାରେ ୧୦ ମିଟର ଗାତ ଖୋଳିଥିଲେ । ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!