‘ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଚାଟଶାଳୀ’

ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗାଁର  ଚାଟଶାଳୀ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦ ପୃଷ୍ଟିଙ୍କ ଜୀବନୀ କାହାଣୀ ଉପରେ ତିଆରି ହୋଇଛି ଏକ ଓଡ଼ିଆ ଚଳଚ୍ଚିତ୍ର।ଯାହାର ଟ୍ରେଲର ନିକଟରେ ରିଲିଜ ହୋଇଛି । ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ୮୨ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରୁଥିବା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ସୁପାରିସ କରିଥିଲେ। ଏହା ଉପରେ ବିଚାର କରି କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ। ୨୦୨୧  ନଭେମ୍ବର ୯ରେ ଦିଲ୍ଲୀଠାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ଶିକ୍ଷାଦାନ କରି ନନ୍ଦ ସାର୍‌ ସମାଜରେ ଏକ ଅନନ୍ୟ ଉଦାହରଣ ପାଲଟିଥିଲା  ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଶିକ୍ଷାଦାନ ନିଶା ସେ ଛାଡିନଥିଲା । ନନ୍ଦ ସାର୍‌ଙ୍କ ଜୀବନୀକୁ ନେଇ ଅଭିସ୍ମିତା ଫିଲ୍ମ ପ୍ରାୟୋଜିତ, ଦେବପ୍ରଭା ପ୍ରଡକ୍ସନ ଏବଂ ଷ୍ଟୁଡିଓୱାଲା ପ୍ରଡକ୍ସନ ନିବେଦିତ ‘ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ’ ନାମରେ ଏହି ଫିଲ୍ମ ର୍ନିମାଣ କରାଯାଇଛି। ଓଟିଟି ଫର୍ମାଟରେ କରାଯାଇଥିବା ଏହି ଫିଲ୍ମକୁ ଅନ୍ତର୍ଜାତୀୟ ନିର୍ଦ୍ଦେଶକ ପ୍ରଣବ ଆଇଚ ନିର୍ଦ୍ଦେଶନା ଦେଉଥିବାବେଳେ ଅଭୟ ପତି ଓ ଅଭିନେତ୍ରୀ ନୈନା ଦାଶ ପ୍ରଯୋଜକ ଅଛନ୍ତି। ଅସ୍ମିତା ପତି ଏହାର କାହାଣୀକୁ ଲେଖିଥିବାବେଳେ ଯାଜପୁର ଜିଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ଶୁଟିଂ କରାଯାଇଛି।

ଚଳଚ୍ଚିତ୍ର ‘ନନ୍ଦ ମାଷ୍ଟରଙ୍କ ଚାଟଶାଳୀ’ର ଟ୍ରେଲର୍‌ ଇଣ୍ଡିଆ ପାଭିଲିଅନ୍ ବା ଭାରତ ପର୍ବ ଦ୍ବାରା ପ୍ରଦର୍ଶିତ ହୋଇଛି । ଭାରତ ପର୍ବର ଉଦ୍‌ଯାପନୀ ସମାରୋହରେ ଚଳଚ୍ଚିତ୍ରର ପୋଷ୍ଟର ଓ ଟ୍ରେଲ୍‌ର ରିଲିଜ୍ ପାଇଁ ଫିଲ୍ମର ଟିମ୍କୁ ନିମନ୍ତ୍ରଣ ମିଳିଥିଲା । ଚଳିତ ବର୍ଷ ଇଣ୍ଡିଆ ପାଭିଲିଅନ୍‌ର ନାମ ଭାରତ ପର୍ବ ରଖାଯାଇଛି । ଏହା ଏନ୍‌ଏଫ୍‌ଡିସି ଓ ଫିକି ଦ୍ବାରା ପରିଚାଳିତ । ଏହି ଚଳଚ୍ଚିତ୍ର ଚିତ୍ରର ଟ୍ରେଲର୍‌ଟି ଭାରତ ପାଭିଲିଅନ୍, ଇଣ୍ଟରନାସ୍‌ନାଲ୍ ରିଭେରା ଠାରେ ପ୍ରଦର୍ଶିତ ହୋଇଛି ।

 

 

 

Post Views40 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!