ସାମ୍ବାଦିକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଯୁବତୀ, କଲେ ଆତ୍ମାହୁତି ଉଦ୍ୟମ

ପୋଲିସ ମୁଖ୍ୟାଳୟ ରେ ଆତ୍ମାହୁତି ଉଦ୍ୟମ କଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ର ପୀଡ଼ିତା ଯୁବତୀ ସସ୍ମିତା ପଲାଇ । ଏକ ଗଣମାଧ୍ୟମ ସଂସ୍ଥା ର ପ୍ରତିନିଧି ସରୋଜ ରଥ ଯୁବତୀ ଜଣଙ୍କୁ ପ୍ରତାରଣା ଦେବା ସହ ବ୍ଲାକ ମେଲିଂ କରି ଆସୁଥିଲେ । ଯାହାକୁ ନେଇ ସେ ବିଭିନ୍ନ ସମୟରେ ପୋଲିସ ର ଦ୍ବାରସ୍ଥ ହୋଇ ଆସୁଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ତ ମିଳୁ ନଥିଲା ବରଂ ପଟ୍ଟାମୁଣ୍ଡାଇ ପୋଲିସ ଦ୍ଵାରା ନିର୍ଯ୍ୟାତନା ଦିଆଯାଉଥିଲା ।

ଯାହା ଫଳାରେ ସସ୍ମିତା ଆଜି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ କାବୁ କରିଥିଲେ । ସାମ୍ବାଦିକଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣି ଓଡ଼ିଶା ପୋଲିସ ଡିଜି ଙ୍କ ନିକଟରେ ଫେରାଦ୍ ଦେଲେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଜଣେ ମହିଳା ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ଅଞ୍ଚଳରେ ଜନୈକ ପ୍ରତିଷ୍ଠିତ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ସରୋଜ ରଥ ଗତ ସାତ ବର୍ଷ ଧରି ଏହି ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ବିବାହ ର ପ୍ରଲୋଭନ ଦେଖାଇ ଆସୁଛନ୍ତି। ଆଜିକୁ ସାତବର୍ଷ ଧରି ଏଭଳି ପ୍ରଲୋଭନ ଦେଖାଇ ଆସୁଥିବା କଥା କହିଛନ୍ତି। ହେଲେ ପରେ ଯୁବତୀ ଜଣକ ଙ୍କୁ ସରୋଜ ଅନ୍ଧାରରେ ରଖିଥିଲେ କି ସେ ବିବାହିତ ବୋଲି।

ଏନେଇ ଯେତେବେଳେ ମହିଳା ଜାଣିଥିଲେ ସେତେବେଳେ ସରୋଜ ତାଙ୍କୁ ଧମକ ଦେବା ସହ ପୁରୁଣା କିଛି ଆପତ୍ତିଜନକ ଫୋଟୋ ଓ ଭିଡ଼ିଓ ରଖି ବ୍ଲାକ ମେଲି କରିଥିଲେ। ଯାହାକୁ ନେଇ ଯେତେବେଳେ ଯୁବତୀ ଜଣକ ଡିଲିଟ କରିବା ପାଇଁ ଅନୁରୋଧ କରିଥିଲେ ସେ ସମୟରେ ସରୋଜ ମାଡ ମାରିଥିଲେ।

ଏହା ପରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବାପରେ ଦୁଇଜଣ ଥାନାକୁ ଆସିଥିଲେ। ହେଲେ ପୋଲିସ ସରୋଜ ଙ୍କ ସପକ୍ଷରେ ଥିବା କଥା ଯୁବତୀ ଅନୁଭବ କରିବାରୁ ନିଜର ସୁରକ୍ଷା ଓ କଡା କାର୍ଯ୍ୟନୁଷ୍ଠାନ ଦାବି କରିବା ଦାବିରେ ପୋଲିସ ଡିଜି ଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଯଦି କିଛି ପଦକ୍ଷେପ ନ ଗ୍ରହଣ କରନ୍ତି ତେବେ ଡ଼ିଜି ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି ଯୁବତୀ ଜଣକ ଚେତାବନୀ ଦେଇଛନ୍ତି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!