ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ରେ ପହଞ୍ଚିଲା ଋଷିୟ ଇଞ୍ଜିନିଅରଙ୍କ ଶବ

ପାରାଦ୍ଵୀପ ବନ୍ଦର ଆଙ୍କରେଜ ରେ ଥିବା ଜାହାଜ ରେ ରୁଷୀୟ ନାଗରିକ ଙ୍କ ମୃତ୍ୟୁ ଘଟଣା । ମୃତ ରୁଷ ନାଗରିକ ତଥା ‘ଏମ୍ .ଭି. ଅଲଦାନା’ ନାମକ ଜାହାଜ ର ଚିଫ ଇଞ୍ଜିନିୟର ‘ମିଲ ଯିକୁବ ସର୍ଜିଇ’ (୫୨)ଙ୍କ ଶବ ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ରେ ସଂରକ୍ଷିତ ରଖାଯାଇଛି। ୨ ତାରିଖ ଦିନ ସନ୍ଧ୍ୟାରେ ଏହି ଜାହାଜ ଆଙ୍କରେଜ ରେ ଲାଗିଥିଲା ଏବଂ ୩ ତାରିଖରେ ଜେଏସଡବ୍ଲ୍ୟ ବର୍ଥ ରୁ ଆଇରନ ଓର ନେବାର ଥିଲା।

ମାତ୍ର ମଙ୍ଗଳବାର ସକାଳ ୪.୧୫ ସମୟରେ ଜାହାଜର ଚିଫ୍ ଇଞ୍ଜିନିୟର ଗୁରୁତର ଥିବା ବନ୍ଦରକୁ ମେସେଜ ଦିଆଯାଇଥିଲା। ବନ୍ଦର ପକ୍ଷରୁ ଡକ୍ ବୋଟ୍ ସହାୟତା ରେ ଏକ ଡାକ୍ତରି ଟିମ୍ ଜାହାଜ ନିକଟକୁ ପଠାଯାଇଥିଲା। ମାତ୍ର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତରୀ ଟିମ।

ଅପରାହ୍ନରେ ଜାହାଜ ଏଜେନ୍ସି ପକ୍ଷରୁ ପାରାଦୀପ ଥାନାରେ ଏତଲା ଦିଆଯିବା ପରେ ଜାହାଜ ରୁ ଶବ ଆଣିବା ବ୍ୟବସ୍ଥା କରାଯାଇଥିଲା। ନେହେରୁବଙ୍ଗଳା ମେରାଇନ ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହିତ ପାରାଦ୍ଵୀପ ଅତିରିକ୍ତ ଏସପି ଙ୍କ ନେତୃତ୍ବରେ ଏକ ଟିମ୍ ଜାହାଜ ନିକଟକୁ ଯାଇଥିଲେ। ମାତ୍ର ଅତ୍ୟଧିକ ଲହଡ଼ା ଥିବାରୁ ଜାହାଜକୁ ବର୍ଥ କୁ ଅଣାଯାଇ ଆଇଓବି (ଆଇରନ ଓର) ବର୍ଥରେ ବର୍ଥିଂ କରାଯାଇଥିଲା। ପୋଲିସ ପକ୍ଷରୁ ଜାହାଜର ସମସ୍ତ ୨୨ ଜଣ ସଦସ୍ୟଙ୍କ ବୟାନ ରେକର୍ଡ କରାଯାଇଛି।

ପରେ ମୃତ ରୁଷ ନାଗରିକ ଙ୍କ ଶବ କୁ ଏକ ଆମ୍ବୁଲାନ୍ସ ସହାୟତା ରେ ବନ୍ଦର ଚିକିତ୍ସାଳୟ ର ଫ୍ରିଜର ରେ ରଖାଯାଇଛି। ଏହି ପ୍ରକ୍ରିୟା ରାତି ୨ ଟା ପର୍ଯ୍ୟନ୍ତ ଚାଲିଥିଲା। ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବାର ବ୍ୟବସ୍ଥା କରାଯିବ। ଏବଂ ଶବ ହସ୍ତାନ୍ତର ର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଏଥିସହିତ ବ୍ୟବଛେଦ ପରେ ତାଙ୍କର ମୃତ୍ୟୁ ର ସଠିକ୍ ତଥ୍ୟ ସାମ୍ନାକୁ ଆସିବ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!