କିଶୋର ଭାଇଙ୍କ ମଟନ ରେ ନାହିଁ ଟେଷ୍ଟ୍ , ମୁହଁ ଫେରାଉଛନ୍ତି ଗ୍ରାହକ

ସେଇ ଠାଣୀ ସେଇ ଆନ୍ଦାଜରେ କିଶୋର ଭାଇ । ଲାଗିଛି ଧାଡ଼ିକି ଧାଡ଼ି କଂସା ଆଉ ବଢାହେଉଛି ମଟନ । ଲାଲ ଲାଲ ଝୋଳ ସାଙ୍ଗକୁ ପାଖରେ ଥୁଆ ହୋଇଛି ଆଳୁ । ହେଲେ ଫରକ ମାତ୍ର କିଛି ମାସର । ଦିନେ ଯେଉଁ କିଶୋର ଭାଇଙ୍କ ମଟନ ଖାଇବାକୁ ଲୋକଙ୍କ ଧାଡ଼ି ଦେଖିବାକୁ ମିଳିଥିଲା । ନୁଆବର୍ଷରେ ପୁରା ଖାଲି କିଶୋର ଭାଇଙ୍କ ଦୋକାନ ।

କମ୍ପୁଥିଲା ହାଣ୍ଡିଶାଳ ବଢୁଥିଲା ଦାମ୍ । ଆଗରୁ ଲୋକେ କିଶୋର ଭାଇଙ୍କ ମଟନ ଖାଇବାକୁ ଅପେକ୍ଷା କରୁଥିଲେ ଆଉ ଏବେ ଖୋଦ୍ କିଶୋର ଭାଇ ଲୋକଙ୍କୁ ଅପେକ୍ଷା କରୁଛନ୍ତି । ପୁର୍ବରୁ କିଛି ଟା ସମୟରେ ଖାଲି ହେଉଯାଥଇଳା ମଟନ ଆଉ ଏବେ ଟପ୍‌ରେ ଟପେ ମଟନ୍ ସେମିତି ଥୁଆ ହୋଇଛି । ସ୍ୱାଦରେ ଏ ୱାନ୍ ଥିବା ମଟନର ଟେଷ୍ଟ ମଧ୍ୟ ଏବେ କମିଗଲାଣି ।

ଖାଲି ସ୍ୱାଦ ନୁହେଁ ଦ୍ମ୍‌ରେ ମଧ୍ୟ ଫରକ୍ ଦେଖିବାକୁ ମିଳିଛି । ମଟନ୍ ଫ୍ଲେଟ୍ କୁ ପୁର୍ବରୁ ୧୮୦ ନେଉଥିବା ବେଳେ ଏବେ ୧୫୦ ହୋଇଯାେଇଛି । ସ୍ୱାଦରେ ଚାହିଦା କମୁଥିବାରୁ ହୁଏତ ମୁହଁ ଫେରାଉଛନ୍ତି ଗ୍ରାହକ ।

ପୁର୍ବରୁ ଅସ୍ୱାସ୍ଥକର ପରିବେଶ ସହିତ ରଙ୍ଗ ମିଶା ପଦାର୍ଥର ଉପଯୋଗ କାରଣୁ ଦୁରଦର୍ଶନ କେନ୍ଦ୍ର ପାଖରେ ଥିବା କିଶୋର ଭାଇ ଙ୍କ ମଟନ ଉପରେ ବିଏମସି ଫୁଡ଼୍ ସେଫ୍ଟି ଟିମ୍ ପକ୍ଷରୁ ଚଢାଉ କରି ବନ୍ଦ କରାଯାଇଥିଲା ।

ଯାହା ପରେ ସ୍ଥାନ ପରିବର୍ତ୍ତନ କରି କଶୋର ଭାଇ ଆରମ୍ଭ କରିଥିଲେ ନୁଆ ଦୋକାନ୍ । କିନ୍ତୁ ବର୍ତ୍ତମାନ ଟେଷ୍ଟ କମ୍ ଥିବାରୁ ଲୋକମାନଙ୍କ ଆଉ ଭିଡ଼ ଜମୁନି ।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!