ଓ-ହବ୍ ପରିଦର୍ଶନରେ ବ୍ରିଟିଶ ଡେପୁଟି ହାଇକମିଶନ

ଷ୍ଟାର୍ଟଅପ୍ ଓଡ଼ିଶାର ଆଇକନିକ ପ୍ଲାଟ୍‌ଫର୍ମ (ବିଲ୍ଡି) ଓ-ହବ୍ ଅଭିନବତାର ଏକ ଜୀବନ୍ତ ଓ ଔଦ୍ୟୋଗିକୀ ହବ୍ ହୋଇପାରିଛି। କୋଲକାତାର ବ୍ରିଟିଶ ଡେପୁଟି ହାଇକମିଶନର ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂ ପରିଦର୍ଶନରେ ଆସିଥିବାବେଳେ ତାଙ୍କୁ ଓ- ହବ୍ ସମ୍ମାନିତ କରିଛି। ବିଶେଷକରି ଡ. ଫ୍ଲେମିଂଙ୍କ ଏହି ଗସ୍ତ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ପରିଚାଳିତ ଗତିଶୀଳ ଇକୋସିଷ୍ଟମରେ ଏକ ଗଭୀର ସଂପୃକ୍ତିକୁ ଚିହ୍ନଟ କରିଥିଲା। ଅପରପକ୍ଷରେ ଷ୍ଟାର୍ଟଅପ୍ ଓଡ଼ିଶା ପାଇଁ ନବସୃଜନ, ସହଯୋଗ ଓ ବୈଷୟିକ ପ୍ରଗତି ପ୍ରତି ପ୍ରତିବଦ୍ଧତା ପ୍ରଦର୍ଶନ କରିବାକୁ ଏହି ପରିଦର୍ଶନ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଥିଲା।

ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ (ଚେୟାରମ୍ୟାନ) ଓମ୍‌କାର ରାୟ ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂଙ୍କୁ ସ୍ବାଗତ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଓ ପଦକ୍ଷେପ ଏବଂ ସଫଳତାର ସମୀକ୍ଷା ଆଦି ଉପରେ ବିସ୍ତୃତ ଉପସ୍ଥାପନ କରିଥିଲେ। ଏହା ଷ୍ଟାର୍ଟଅପ୍ ଓଡ଼ିଶାକୁ ଜାତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଏକ ପ୍ରମୁଖ ଖେଳାଳି ଭାବେ ସ୍ଥାନିତ କରିଛି। ମହିଳା ଉଦ୍ୟୋଗୀଙ୍କ ପ୍ରତି ଗୁରୁତ୍ୱ ଦିଆଯାଇଥିଲା। ଡ. ରାୟ ଷ୍ଟାର୍ଟଅପ୍ ଓଡ଼ିଶାର ବିଭିନ୍ନ ଦିଗକୁ ପ୍ରୋତ୍ସାହିତ କରିବା ସହ ସଫଳତାର ଦିଗ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

ସେହିଭଳି ଡ. ଆଣ୍ଡ୍ରି୍ୟୁ ଫ୍ଲେମିଂଙ୍କ ଏହି ଗସ୍ତ (ପରିଦର୍ଶନ ସମୟରେ) ବ୍ରିଟେନ ସରକାରଙ୍କ ସହଯୋଗକୁ ବୃଦ୍ଧି କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।

Post Views41 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!