ନିବେଶକଙ୍କୁ ନିଜ ଆଇଡିଆ ଜଣାଇଲେ ୫୦ ଷ୍ଟାର୍ଟଅପ୍

ଷ୍ଟାର୍ଟଅପ୍ ଓଡ଼ିଶାର ଦୁଇ ଦିନିଆ ବାର୍ଷିକ ନିବେଶ ସମ୍ମିଳନୀ ଫଣ୍ଡ୍ଷ୍ଟାକ୍ ୩.୦ ‘ଓ-ହବ୍’ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ୟୁନିକର୍ଣ୍ଣ ଇଣ୍ଡିଆ ଭେଞ୍ଚର୍ସ, ମୁମ୍ବାଇ ଆଞ୍ଜେଲ୍ସ, ଇଣ୍ଡିଆନ ଆଞ୍ଜେଲ ନେଟ୍ୱର୍କ, ଓରିଅସ୍ ଭେଞ୍ଚର୍ସ, ଆଇଭିକ୍ୟାପ୍ ଭେଞ୍ଚର୍ସ, ଷ୍ଟାର୍ଟଅପ୍ ଏକ୍ସିଡ୍, ଇନଫ୍ଲେକ୍ସନ ପଏଣ୍ଟ ଭେଞ୍ଚର୍ସ ଭଳି ନିବେଶକ ଯୋଗ ଦେଇଥିଲେ। ଡିପ୍ଟେକ୍, ସ୍ବାସ୍ଥ୍ୟ ପ୍ରଯୁକ୍ତି, ଶିକ୍ଷା ପ୍ରଯୁକ୍ତି, ଇ-କମର୍ସ ଓ ଫୁଡ୍ ଏଗ୍ରିଗେଟର ଭଳି କ୍ଷେତ୍ରର ୫୦ଟି ଷ୍ଟାର୍ଟଅପ୍ ସେମାନଙ୍କ ସମ୍ମୁଖରେ ନିଜର ଆଇଡିଆ ଉପସ୍ଥାପନ କରିଥିଲେ।

ପ୍ରଥମ ଦିନରେ ଇକ୍ବାନିମିଟି ଭେଞ୍ଚର୍ସ ଓ ସାଞ୍ଚି କନେକ୍ଟ ସହ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ବୁଝାମଣା ସ୍ବାକ୍ଷର କରାଯାଇଛି। ଇକ୍ବାନିମିଟି ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ନିବେଶ ଲାଗି ପ୍ରସ୍ତୁତ କରିବ। ସେହିପରି ଏକ ବ୍ୟାପକ ଆକ୍ସିଲରେସନ କାର୍ଯ୍ୟକ୍ରମ ଜରିଆରେ ସାଞ୍ଚି କନେକ୍ଟ ରାଜ୍ୟର ଷ୍ଟାର୍ଟଅପ୍ଗୁଡ଼ିକୁ ସଶକ୍ତ କରିବ।ଫଣ୍ଡ୍ଷ୍ଟାକ୍ ୩.୦ର ଉଦ୍ଘାଟନୀ ସମାରୋହରେ ଆୟୋଜିତ ରାଉଣ୍ଡ୍ ଟେବୁଲ୍ ବୈଠକରେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଓ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମ୍କାର୍ ରାଏ ଓ ସିଡ୍ବିର ପ୍ରତିନିଧି ଯୋଗ ଦେଇଥିଲେ। ଓଡ଼ିଶା ଷ୍ଟାର୍ଟଅପ୍ ଗ୍ରାଣ୍ଟ୍ ଫଣ୍ଡ୍ର ଲାଭଗୁଡ଼ିକ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା।
ସେଥିରୁ ୨୦ଟି ସଂସ୍ଥା ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ସେମାନେ ସ୍ପିଡ୍ ଡେଟିଂ ଓ ନେଟ୍ୱର୍କିଂ କାର୍ଯ୍ୟକ୍ରମରେ ଯୋଗଦେଇ ନିବେଶକଙ୍କଠାରୁ ପାଣ୍ଠି ହାସଲ କରିବାର ସୁଯୋଗ ପାଇବେ।

ଏହି ଅବସରରେ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ମିଶ୍ର ନିବେଶକମାନଙ୍କୁ ଆହ୍ବାନ ଦେଇ ଷ୍ଟାର୍ଟଅପ୍ଗୁଡ଼ିକରେ ନିବେଶ କରିବାକୁ କହିଥିଲେ। ରାଜ୍ୟରେ ନିବେଶ ଲାଗି ଏହା ଉପଯୁକ୍ତ ସମୟ ବୋଲି ସେ କହିଥିଲେ। ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ରାଏ କହିଥିଲେ ଯେ ଫଣ୍ଡଷ୍ଟାକ୍ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଷ୍ଟାର୍ଟଅପ୍ଗୁଡ଼ିକୁ ପାଣ୍ଠି ପାଇଁ ନିବେଶକମାନଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ମେଣ୍ଟରସିପ୍ ଓ ମାର୍ଗଦର୍ଶନ ସୁଯୋଗ ପ୍ରଦାନ କରିବା। ରାଜ୍ୟର ଷ୍ଟାର୍ଟଅପ୍ଗୁଡ଼ିକ ଆଗକୁ ବଢ଼ି ଯେଭଳି ସଫଳ ହେବେ ସେଥିପାଇଁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି।

Post Views11 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!