୬ ବର୍ଷ ପରେ କୋଲକତା ନାଇଟ୍ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର

ଗୌତମ ଗମ୍ଭୀର ୬ ବର୍ଷ ପରେ କୋଲକତା ନାଇଟ ରାଇଡର୍ସକୁ ଫେରୁଛନ୍ତି । ଗୌତମ ଗମ୍ଭୀର ଏବେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ଯୋଡି ହୋଇ ରହିଛନ୍ତି । ସେ ୨୦୨୨-୨୦୨୩ ଆଇପିଏଲରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମର ମେଣ୍ଟର ଭାବେ କାର୍ଯ୍ୟ କରିଛନ୍ତି । ସେ କୋଲକତା ନାଇଟ ରାଇଡର୍ସକୁ ଫେରୁଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ତାଙ୍କର ସଂପର୍କ ଶେଷ ହୋଇଛି ।

ଏନେଇ ସେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମ୍ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ସେ କୋଲକତା ନାଇଟ ରାଇଡର୍ସକୁ ଫେରୁଥିବା ନେଇ ସ୍ପଷ୍ଟ କରିଛନ୍ତି । ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ସହ ତାଙ୍କର ସଂପର୍କ ଶେଷ ହୋଇଛି । ଏନେଇ ସେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଟିମ୍ ଓ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗମ୍ଭୀର କୋଲକତା ନାଇଟ୍ ରାଇଡର୍ସର ଅଧିନାୟକ ଥିବା ବେଳେ ୨୦୧୨ ଓ ୨୦୧୪ ଆଇପିଏଲରେ ଦଳକୁ ବିଜୟୀ କରିଥିଲେ ।ଗୌତମ ଗମ୍ଭୀର ୨୦୧୧ ରୁ ୨୦୧୭ ପର୍ଯ୍ୟନ୍ତ କୋଲକତା ନାଇଟ ରାଇଡର୍ସର ଅଧିନାୟକ ପଦ ସମ୍ଭାଳିଥିଲେ । ୨୦୧୭ ପରେ କୋଲକତା ନାଇଟ୍ ରାଇଡର୍ସରୁ ସମସ୍ତ ସଂପର୍କ ତୁଟାଇ ଦେଇଥିଲେ ଏହି ପୂର୍ବତନ ଖେଳାଳୀ । ହେଲେ ଏବେ ୬ ବର୍ଷ ପରେ ଗମ୍ଭୀର ପୁଣିଥରେ କୋଲକତା ନାଇଟ ରାଇଡର୍ସ ଟିମ୍ ସହ ଯୋଡି ହେବାକୁ ଯାଉଛନ୍ତି । ତାଙ୍କୁ ୨୦୨୪ ଆଇପିଏଲ ପାଇଁ କୋଲକତା ନାଇଟ୍ ରାଇଡର୍ସ ଟିମର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!