ଘୁଞ୍ଚିଲା ବ୍ୟାଟର ରିଙ୍କୁ ସିଂହଙ୍କ ବିବାହ ତାରିଖ

ବ୍ୟାଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜଙ୍କ ବିବାହ ତାରିଖ ଘୁଞ୍ଚିଲା । ଦୁହିଁଙ୍କ ବିବାହ ନଭେମ୍ବରରେ ହେବାର ରହିଥିଲା କିନ୍ତୁ ଏବେ ଏହାକୁ କିଛିଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି ବୋଲି ଖବର ମିଳିଛି । ଦୁହିଁଙ୍କ ପରିବାର ପକ୍ଷରୁ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ବନ୍ଦ କରିଦିଆଯାଇଛି ।

ଚଳିତ ମାସରେ ଦୁହେଁ ନିର୍ବନ୍ଧ କରିଥିଲେ । ଦୁହିଁଙ୍କ ବିବାହ ନଭେମ୍ବର ମାସରେ ହେବ ବୋଲି ଖବର ମିଳିଥିଲା । ଦୁହେଁ ଲକ୍ଷ୍ନୌର ଏକ ହୋଟେଲରେ ନିର୍ବନ୍ଧ କରିଥିଲେ । କିନ୍ତୁ ନଭେମ୍ବର ୧୮ରେ ହେବା ଥିବା ବାହାଘରକୁ ଘୁଞ୍ଚାଇ ଦିଆଯାଇଛି ବୋଲି କୁହାଯାଇଛି । ତେବେ ବିବାହ ଘୁଞ୍ଚିବା ନେଇ ରିଙ୍କୁ ସିଂହ କ୍ରିକେଟକୁ ନେଇ ବ୍ୟସ୍ତତା ଥିବା କୁହାଯାଉଛି ।

ନଭେମ୍ବରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଯୋଗୁଁ ରିଙ୍କୁ ସିଂହ ବ୍ୟସ୍ତ ରହିବେ । ତେଣୁ ଦୁହେଁ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି । ବାରଣାସୀର ତାଜ ହୋଟେଲରେ ରିଙ୍କୁ ସିଂହ ଏବଂ ସାଂସଦ ପ୍ରିୟା ସରୋଜଙ୍କ ବିବାହ ହେବାର ଥିଲା । ତେବେ ହୋଟେଲର ବୁକି ଆସନ୍ତାବର୍ଷ ଫେବ୍ଆରୀକୁ କରାଯାଇଛି । ତେବେ ଏଯାଏଁ ବିବାହ ନୂଆ ତାରିଖକୁ ନେଇ କିଛି ଖବର ମିଳିନାହିଁ ।

Post Views21 Total Count

Apply Now


This will close in 0 seconds

error: Content is protected !!