ମଡ୍ୟୁଲାର ଓଟିରେ ସଫଳ ହେଲା ସର୍ଜରୀ

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆରରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସର ଶୁଭାରମ୍ଭ ହୋଇଛି । କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟର ଡାକ୍ତର ଲକ୍ଷ୍ମୀଧର ସାହୁଙ୍କ ନିର୍ଦ୍ଦେଶରେ ଏହି ଅସ୍ତ୍ରୋପଚାର ହୋଇଥିବା ବେଳେ ଚିକିତ୍ସା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି ।

କୋରାପୁଟରରୁ ଆସିଥିବା ଜଣେ ରୋଗୀଙ୍କର ହସ୍ପିଟାଲରେ ପ୍ରଥମ କରି ଅସ୍ତ୍ରୋପଚାର କରାଯାଇଛି। ପୂର୍ବରୁ ତାଙ୍କ ଗୋଡ ଭାଙ୍ଗି ଯାଇଥିବାରୁ ସେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ ପରେ ତାଙ୍କ ଅସ୍ତ୍ରୋପଚାର ହେବା ନେଇ ଡାକ୍ତର ଜଣାଇଥିଲେ। ଡାକ୍ତର କେ.ଆର ମହାପାତ୍ର , ଡାକ୍ତର ବିନୟ ମିଶ୍ର, ଡାକ୍ତର ପ୍ରଦୀପ୍ତ , ଡାକ୍ତର ଦିପ୍ତୀ ରଞ୍ଜନ ସାହୁ, ଡାକ୍ତର ଶ୍ରୀତମ ଦାସ ଏବଂ ରେଡିଓଗ୍ରାଫର ଏସ ଏସ ବେହେରା ପ୍ରମୁଖଙ୍କ ମିଳିତ ଉଦ୍ୟମରେ ଆଜି ମଡ୍ୟୁଲାର ଓଟି କମ୍ପେ୍ଲକ୍ସେରେ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଛି ।
ସୂଚନାମୁତାବକ, ଚଳିତ ମାସ ନଭେମ୍ବର ୧ ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ଓ ପିଜିଆଇଏମଆର୍ରେ ମଡ୍ୟୁଲାର ଓଟି କମ୍ପେ୍ଲକ୍ସର ଉଦ୍ଘାଟନ କରାଯାଇଥିଲା । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଓଡିଶାର ପ୍ରଥମ ମଡ୍ୟୁଲାର ଅପରେସନ୍ ଥିଏଟର କମ୍ପ୍ଲେକ୍ସ ଖୋଲାଯାଇଛି।

ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଓଡିଶା ସରକାର ଏହାକୁ ନିର୍ମାଣ କରିବା ନେଇ ଘୋଷଣା କରିଥିଲେ ।ଏବଂ ଏହି ମଡ୍ୟୁଲାର ଓଟି କମ୍ପେ୍ଲକ୍ସ ପାଇଁ ପାଖାପାଖି ୧୬.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଓଟିର ଖାସିଅତ ହେଉଛି ଷ୍ଟେଟ୍ ଅଫ ଦି ଆର୍ଟ କାମ୍ପେ୍ଲକ୍ସରେ ୪ଟି ଅସ୍ତ୍ରୋପଚାର ଗୃହ ଅର୍ଥାତ ଓଟି ରହିଛି । ଏଥିରେ ଏକାସାଙ୍ଗରେ ୮ଟି ଅସ୍ତ୍ରୋପଚାର ହୋଇପାରିବ ।

Post Views12 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!