୮ମ ଢ଼େଙ୍କାନାଳ ଲୋକକଳା ମହୋତ୍ସବ ଅନୁଷ୍ଠିତ

ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଆଜି ୮ମ ଢ଼େଙ୍କାନାଳ ଜିଲ୍ଲା ଲୋକକଳା ମହୋତ୍ସବର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମହିଷାପାଟ ସ୍ଥିତ ପଲ୍ଲିଶ୍ରୀମେଳା ପଡିଆଠାରେ ଆୟୋଜିତ ସାଧାରଣ ସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଢ଼େଙ୍କାନାଳ ହେଉଛି କଳା ଓ ସଂସ୍କୃତିର ମାଟି ଓ କଳାକାର ମାନେ ପ୍ରଶଂସାର ପାତ୍ର । ଢ଼େଙ୍କାନାଳ ଜିଲ୍ଲା କୃଷି, ଶିଳ୍ପ,ଗମନା ଗମନ ଆଦି କ୍ଷେତ୍ରରେ ଦ୍ରୁତ ବିକାଶ କରୁଥିବାରୁ ଲୋକକଳା ମାଧ୍ୟମରେ ଏହାର ପ୍ରଚାରପ୍ରସାର ହେବା ଆବଶ୍ୟକ ବୋଲି କହିଥିଲେ । ଜିଲ୍ଲାରେ ଥିବା ପଞ୍ଜିକୃତ କଳାକାରଙ୍କୁ କଳାକାର ଭତ୍ତା ପ୍ରଦାନ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ ପ୍ରକାଶ କରିଥିଲେ ଏଥିସହିତ ଚଳିତ ବର୍ଷ ଢ଼େଙ୍କାନାଳ ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବ ଓ ଜିଲ୍ଲାର କଳା ସଂସ୍କୃତିକୁ ଅଧିକ ରୁଦ୍ଧିବନ୍ତ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ପ୍ରକାଶ କରିଥିଲେ ।

ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ, ଆମ କଳା ସଂସ୍କୃତିକୁ ଅନ୍ୟମାନେ ଅନୁସରଣ କରୁଛନ୍ତି, ଏଣୁ ଆମ କଳା ସଂସ୍କୃତିର ଶ୍ରେଷ୍ଠତ୍ଵକୁ ବଜାୟ ରଖିବା ସହିତ ଏହାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ କହିଥିଲେ।

ଲୋକକଳା ମହୋତ୍ସବ ଆୟଜନ ଦ୍ଵାରା ଜିଲ୍ଲାର କଳା ଓ ସଂସ୍କୃତି ସଂପର୍କରେ ଜନସାଧାରଣ ଅବଗତ ହୋଇ ପାରୁଛନ୍ତି ଓ ଏହାଦ୍ୱାରା କଳା ପ୍ରତିଭା ଲୋକ ଲୋଚ଼ନକୁ ଆସିପାରୁଛି ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ପ୍ରକାଶ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ କଳାକାରମାନଙ୍କୁ ସାଧୁବାଦ ଜଣାଇବା ସହ କଳା ଓ ସଂସ୍କୃତିର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତି ରଂଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ବ୍ଲକ୍ କଳା ପରିଷଦର ଉପ-ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଅବନୀ ମିଶ୍ର କାର୍ଯକ୍ରମ ସଂଚାଳନ କରିିଥିଲେ । ଶେଷରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅଭିଷେକ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଜି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଠାରୁ କଳାକାର ମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପଲ୍ଲିଶ୍ରୀ ମେଳା ପର୍ଯ୍ୟନ୍ତ ଯାଇଥିଲେ ।

Post Views4 Total Count

Apply Now


This will close in 0 seconds

error: Content is protected !!