୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରଣନେଇ , ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କୁ ନିଜର ରିପୋର୍ଟ କାର୍ଡ ଦେବାପରେ ଓଡ଼ିଶା ଆଗରେ ତଥ୍ୟ ରଖିଛନ୍ତି । ଶିଳ୍ପାୟନରେ ଓଡିଶା ଆଗଉଛି । ରାଜ୍ୟରେ ଶିଳ୍ପାୟନ ଭିତ୍ତିଭୂମିକୁ ଅଧିକ ମଜଭୁତ କରାଯାଇଛି l ୪ ବର୍ଷ ମଧ୍ୟରେ ରାଜ୍ୟର ୧୫ହଜାର ଏକର ଜମିକୁ ଶିଳ୍ପାୟନ ଉପଯୋଗୀ କରାଯାଇଛି lଏହାସହ ମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗଲ ଉଇଣ୍ଡୋ ମାଧ୍ୟମରେ ସବୁପ୍ରକାର ମଞ୍ଜୁରୀ ଅନଲାଇନରେ ଯୋଗାଇଦେଉଛନ୍ତି ରାଜ୍ୟସରକାର । ୪ ବର୍ଷ ମଧ୍ୟରେ ରାଜ୍ୟର ୧୫ହଜାର ଏକର ଜମିକୁ ଶିଳ୍ପାୟନ ଉପଯୋଗୀ କରାଯାଇଛି l ପ୍ରତ୍ୟେକ ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ ପାର୍କ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଦେଶର ସର୍ବ ବୃହତ୍ ନିପ୍ପନ୍ ଷ୍ଟିଲ କାମ ଚାଲିଛି ।
ରାଜ୍ୟ ସରକାର ପକ୍ଷରୁ ଜମି ଅଧି ଗ୍ରହଣ କରାଯିବା ସହ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ପାଇଁ କେନ୍ଦ୍ରର ଅନୁମତି ମଗା ଯାଇଛି l କେନ୍ଦ୍ରରୁ ମଞ୍ଜୁରୀ ମିଳିଲେ କାମ ଅଧିକ ତ୍ଵରାନିତ ହେବ l ୨୦୦୨-୦୩ରୁ ୨୦୨୧-୨୨ ମଧ୍ୟରେ ଏହି କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ହାର ୧୨.୯୮ ପ୍ରତିଶତ ହୋଇଛି । ମେଟାଲ, ମେଟାଲ ଡାଉନଷ୍ଟ୍ରିମ, କେମିକାଲ୍ସ,, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଆଇଟି, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ସହ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ନିବେଶକାରୀଙ୍କୁ ଆକୃଷ୍ଟ କରିଛି ।
ଏହାସହ ଏମ୍ଏସ୍ଏମ୍ଇ ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ରପ୍ତାନୀ ଅଭିବୃଦ୍ଧି ଘଟିଛି । ରପ୍ତାନୀ ୨୦୦୧ – ୦୨ ଆର୍ଥିକ ବର୍ଷରେ ୫୬୨.୭୦ କୋଟିରୁ ୨୦୨୧–୨୨ ଆର୍ଥିକ ବର୍ଷରେ ୧,୩୨,୪୦୫ କୋଟି ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏସ୍ଏସ୍ଏମ୍ଇର ସଫଳତା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଙ୍କୁ ଉଲ୍ଲେଖନୀୟ ଗଣ ପ୍ରଦାନ କରାଯାଉଛି । ୧୯୯୯-୨୦୦୦ ଆର୍ଥିକ ବର୍ଷରେ ୧୭୦,୩୮ କୋଟିରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୬୨୨୨୮,୮୧ କୋଟିକୁ ବୃଦ୍ଧି ପାଇଛି ।ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ଏମ୍ଏସ୍ଏମ୍ଇ ପାର୍କ ସଂପର୍କରେ ସୂଚନା ଦେଇଥିଲେ ।



