୨୦୧୯ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ନେଇ ଶ୍ରମ ବିଭାଗର ବାର୍ଷିକ ରିପୋର୍ଟ ଆସିଛି । ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଓ ଶ୍ରମ ସଚିବ ରିପୋର୍ଟ କାର୍ଡର ସମୀଷା କରିଛନ୍ତି । ଦାଦନ ସମସ୍ୟା ଦୂର ପାଇଁ ଗୁରୁତ୍ୱ ଦିଆଯାଉଛି । ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ପାଇଁ ସ୍ୱେଚ୍ଛାକୃତ ପଞ୍ଜୀକରଣ ସୁବିଧା କରାଯାଇଛି । ୩ଲକ୍ଷ ୬୫ହଜାରରୁ ଅଧିକ ଅଣସଂଗଠିତ ଶ୍ରମିକଙ୍କ ନାମ ପଞ୍ଜୀକୃତ ହୋଇଛି । ୨୦୨୩ ମେ ପହିଲାରୁ ଶ୍ରମିକ ବୋର୍ଡ ଜରିଆରେ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ୬୭ଟି ସେବା ଅନଲାଇନରେ ଉପଲବ୍ଧ ହେଉଥିବାବେଳେ ୩୯ହଜାର ଆବେଦନ ଆସିଛି । ୩୫ହଜାର ଆବେଦନକୁ ଅନୁମୋଦନ ମିଳିଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସାରଦା ନାୟକ ।ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ଘରେ ଘରେ ଅନଲାଇ
ନ ସେବା ବ୍ୟବସ୍ଥା ପାଇଁ ସୁବିଧା କରାଯାଇଛି ।ବିପର୍ଯ୍ୟସ୍ତ ସ୍ଥାନାନ୍ତର ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ପ୍ୟାକେଳ ଘୋଷଣା କରିଛନ୍ତି, ଯେଉଁଥରେ ୪ଟି ପ୍ରବାସୀ ପ୍ରବଣ ଜିଲ୍ଲା ଯଥା ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୨୦ଟି ବ୍ଲକ ମଧ୍ୟରୁ ୪୭୭ଟି ଗ୍ରାମ ପଞ୍ଚାୟତ ପାଇଁ ମନରେଗା ଯୋଜନାରେ ଅତିରିକ୍ତ ୨୦୦ ଦିନର ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ରାଜ୍ୟ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ଥିବା ସେବାଗୁଡିକୁ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ସମସ୍ତ ହିତାଧିକାରୀଙ୍କୁ ଗୁଣାତ୍ମକ ସେବା ପ୍ରଦାନ ଏବଂ ସେମାନଙ୍କ ଅସୁବିଧାର ସୁସମାଧାନ ନିମନ୍ତେ ବିଭାଗ ସଦାସର୍ବଦା ଚେଷ୍ଟିତ । କୋଭିଡ-୧୯ ମହାମାରୀ ସମୟରେ ଦୁଇ ପର୍ଯ୍ୟାୟରେ ସମସ୍ତ ସକ୍ରିୟ ପଞ୍ଜିକୃତ ନିର୍ମାଣଶ୍ରମିକ ମାନଙ୍କୁ ର୍ନିମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧ୍ଵକାରୀଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

