କର୍କଟ ରୋଗରେ ପୀଡ଼ିତା ସ୍ତ୍ରୀଙ୍କ ଇଚ୍ଛା ପୂରଣ କଲେ ସିଦ୍ଧୁ, ସେୟାର କଲେ ଫଟୋ

ନବଜୋତ ସିଂ ସିଦ୍ଧୁ ପରିବାର ସହ ସେୟାର କରିଥିବା ଏକ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି। ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ସିଦ୍ଧୁ ପରିବାର ସହ ଋଷିକେଶ ଯାଇଛନ୍ତି। ଏହା ସେହି ସମୟର ଫଟୋ। ଏଥିରେ ସିଦ୍ଧୁ ଏବଂ ପତ୍ନୀ ଏକାଠି ନଜର ଆସିଛନ୍ତି।
ତେବେ କୁହାଯାଉଛି କି ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ କର୍କକଟରେ ପୀଡିତ ଅଛନ୍ତି। ତାଙ୍କର କିମୋଥେରେପି ଚାଲିଛି। ଏଭଳି ସମୟରେ ଋଷିକେଶ ଯାତ୍ରା ପାଇଁ ସିଦ୍ଧୁଙ୍କ ସ୍ତ୍ରୀ ଇଚ୍ଛା କରିଥିଲେ। ସ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ପବିତ୍ର ଗଙ୍ଗା ଦଶହରା ଅବସରରେ ସିଦ୍ଧୁ ଏଭଳି ଏକ ପବିତ୍ର ସ୍ଥାନକୁ ଯାଇ ପୂରା ପରିବାର ସହିତ ବୁଡ଼ ପକାଇଥିଲେ। ଏଥିସହିତ ସେ ଏହି ଖୁସି ମୁହୂର୍ତ୍ତର ଫଟୋକୁ ନିଜର ସୋସିଆଲ ମିଡିଆ ଫ୍ଲାଟଫର୍ମ ଟୁଇଟରରେ ସେୟାର କରିଛନ୍ତି।
ତେବେ କିଛିଦିନ ପୂର୍ବରୁ ନବଜୋତଙ୍କ ପତ୍ନୀ ନବଜୋତ କୌର ଷ୍ଟେଜ ୨ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଏହି ଅସ୍ତ୍ରୋପଚାର ସଫଳ ରହିଥିବା କୁହାଯାଇଥିଲା।
ସୂଚନା ଅନୁଯାୟୀ, କ୍ରିକେଟରରୁ ରାଜନେତା ପାଲଟିଥିବା ପଞ୍ଜାବ ରାଜ୍ୟ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ୩୪ ବର୍ଷ ପୁରୁଣା ମାମଲାରେ ୨୦୨୨ ମେ’ ମାସରୁ ପଟିଆଲା କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିଲେ । ଜେଲ୍ରେ ପ୍ରାୟ ୧୦ ମାସ ରହିବା ପରେ ଗତ ଏପ୍ରିଲ ୨ ତାରିଖରେ ସେ ଜେଲ୍ରୁ ମୁକୁଳିଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!