ଶ୍ରୀନଗରର ଲିଡ୍ୱାସ୍ ଅଞ୍ଚଳରେ ସୋମବାର ଦିନ ସୁରକ୍ଷାବଳ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ କରି ‘ଅପରେସନ୍ ମହାଦେବ’ ଅନ୍ତର୍ଗତ ତିନି ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ଏହି ଆତଙ୍କବାଦୀମାନେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆର୍ଏଫ୍) ସହିତ ଜଡ଼ିତ ଥିଲେ ଏବଂ ପାହାଲଗାମ୍ ଆତଙ୍କୀ ଆକ୍ରମଣରେ ସେମାନଙ୍କର ସମ୍ପୃକ୍ତିର ସୂଚନା ମିଳିଥିଲା। ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍ର ମିଳିତ ଦଳ ଏହି ଅପରେସନ୍କୁ ସଫଳତାର ସହ ସମ୍ପନ୍ନ କରିଛନ୍ତି। ସୁରକ୍ଷାବଳ ପୂର୍ବରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଉଥିଲେ, ଯେତେବେଳେ ଏହି ଆତଙ୍କବାଦୀଙ୍କ ଲୁଚି ରହିଥିବାର ଖବର ମିଳିଥିଲା। ଏନ୍କାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିପାତ କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ସଂସଦର ମୌସୁମୀ ଅଧିବେଶନ ବେଳେ ଯେତେବେଳେ ଅପରେସନ ସିନ୍ଦୂରକୁ ନେଇ ବିତର୍କ ଚାଲିଛି। ଏହିସମୟରେ ପହଲଗାମ ଆକ୍ରମଣରେ ସଂପୃକ୍ତି ଥିବା ଆତଙ୍କୀଙ୍କୁ ନିପାତ କରିବା ରିପୋର୍ଟ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ପହଲଗାମ ଆକ୍ରମଣରେ ଚିହ୍ନଟ ହୋଇଥିବା ଆତଙ୍କୀକୁ ନିପାତ କରିବା ପ୍ରତିଟି ଭାରତୀୟ ଅପେକ୍ଷା କରିଥିଲେ।ଲିଡ୍ୱାସ୍ ବାହ୍ୟ ଅଞ୍ଚଳରେ ଅବସ୍ଥିତ ଏକ ଘନ ଜଙ୍ଗଲର କ୍ଷେତ୍ର। ଏହି ରାସ୍ତା ଦେଇ ତ୍ରାଲ୍ ସହିତ ଯୋଡ଼ି ହୋଇଛି। ଏହି ଅଞ୍ଚଳ ପୂର୍ବରୁ ଟିଆର୍ଏଫ୍ର ଆତଙ୍କୀ ଠିକଣା ଏବଂ ଗତିବିଧି ପାଇଁ ପରିଚିତ ରହିଛି। ଜାନୁଆରୀ ମାସରେ ମଧ୍ୟ ଏଠାରେ ଟିଆର୍ଏଫ୍ର ଏକ ବଡ଼ ଠିକଣାକୁ ଧ୍ୱଂସ କରାଯାଇଥିଲା। ପରିସ୍ଥିତିକୁ ଦେଖି ସୁରକ୍ଷାବଳ ସର୍ଚ୍ଚ ଅପରେସନ୍କୁ ତୀବ୍ର କରିଥିଲେ, ଯାହାଫଳରେ ଆତଙ୍କବାଦୀଙ୍କର କୌଣସି ଅନ୍ୟ ଚେଷ୍ଟାକୁ ବିଫଳ କରାଯାଇ ପାରିବ। ଏହି ଅଞ୍ଚଳର ଭୌଗୋଳିକ ଗଠନ ଆତଙ୍କବାଦୀଙ୍କୁ ଲୁଚିବାରେ ସହାୟକ ହୋଇଥାଏ।

