ଜାନୁଆରୀରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ଏକ ନମ୍ବର କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ। ଆଉ ଏବେ ଦାୟିତ୍ବ ନିର୍ବାହନର ସମୟ। ସରକାରକୁ ଆସିବା ପରେ ବି ମୋଦି ଓ ଶାହଙ୍କ ଘନ ଘନ ଗସ୍ତ ଓଡ଼ିଶାକୁ ରହୁଛି। ନଜରରେ ସରକାର ସହ ସଂଗଠନ। ଉଭୟ ଦିଗକୁ ଗୁରୁତ୍ବ ଦେଇ ଦଳ ଲମ୍ବା ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତି କରୁଥିବା ବେଳେ ବିଜେଡି ଓ କଂଗ୍ରେସ ଏହାକୁ ଦିବା  ସ୍ବପ୍ନ କହି ଏଡ଼ାଇ ଦେଇଛନ୍ତି ।

୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ। ନୂଆ ବର୍ଷରୁ ପଡ଼ିବ ବିକାଶର ଶିଳାନ୍ୟାସ। ପୂର୍ବୋଦୟ ବିକାଶରେ ଓଡ଼ିଶା ରହିଛି ଫୋକସ୍‌ରେ। ନିକଟରେ ଡିଜି ସମ୍ମିଳନୀ ଅବସରରେ ମୋଦି ଓ ଶାହ ତିନିଦିନ ଓଡ଼ିଶାରେ ରହିଥିଲେ। ସବୁଠୁ ବଡ଼ କଥା ହେଲା ମୋଦି ପ୍ରଥମ ଦିନ ନବୀନ ନିବାସ ସମ୍ମୁଖରେ ରାଜନୈତିକ ସଭା କରି କର୍ମୀଙ୍କ ମନରେ ଉତ୍ସାହ ଭରିଥିଲେ। ଏହାସହ ରାଜ୍ୟ କାର୍ଯ୍ୟାଳୟରେ ବି ନିର୍ବାଚିତ ପ୍ରତିନିଧି ଓ ପଦାଧିକାରୀ ବୈଠକ କରି ଗୁରୁମନ୍ତ୍ର ଦେଇଥିଲେ। ଏବେ ଜାନୁଆରୀରେ ପୁଣି ମୋଦି ଦୁଇଥର ଆସିବେ। ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଯୋଗଦେବେ। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଡିସେମ୍ବର ଶେଷ ସପ୍ତାହରେ ଦୁଇଦିନିଆ ଗସ୍ତରେ ଆସିବେ। ମୋଦି ଓ ଶାହଙ୍କ ଘନ ଘନ ଗସ୍ତ କାରଣ ହେଲା ରାଜ୍ୟ ବିଜେପିକୁ ଅଧିକ ସଶକ୍ତ କରିବା। ଏଥିପାଇଁ ରାଜ୍ୟ ବିଜେପି ଉତ୍ସାହିତ ଥିବାବେଳେ ବିଜେଡି ଓ କଂଗ୍ରେସ କହିଛନ୍ତି ଗସ୍ତର କିଛି ବି ପ୍ରଭାବ ପଡିବନି।

Post Views123 Total Count

Apply Now


This will close in 0 seconds

error: Content is protected !!