ଆସନ୍ତା ଶୁକ୍ରବାର ଭାରତ ତାର ସୂର୍ଯ୍ୟ ଅଭିଯାନ ଆରମ୍ଭ କରିବ । ସେଥିପାଇଁ ଇସ୍ରୋର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏବେ ପିଏସଏଲଭି-ସି୫୭ ଶ୍ରୀହରିକୋଟାର ଲଞ୍ଚ ପ୍ୟାଡକୁ ନିଆଯାଇଛି ।
ଯାହା ଆଦିତ୍ୟ ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବା ପାଇଁ ପ୍ରସ୍ତୁତ ରହିଛି ।ଏନେଇ ଇସ୍ରୋ ସ୍ପେସଫ୍ଲାଇଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆସନ୍ତା ଶୁକ୍ରବାର ଦିନ ୧୧ଟା ୫୦ରେ ଉତକ୍ଷେପଣ କରାଯିବ । ଯାହାକୁ ନେଇ ଭାରତ ସମେତ ସାରା ବିଶ୍ୱର ଉତ୍କଣ୍ଠା ବଢିଛି ।
ମହାକାଶ ଯାନ ପିଏସ୍ଏଲଭି- ସି-୫୭, ଆଦିତ୍ୟ-ଏଲ୍ୱାନକୁ ନେଇ ମହାକାଶକୁ ଯିବ । ଆଦିତ୍ୟ –ଏଲ୍ୱାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟର ଅନୁଧ୍ୟାନ କରିବ ।
ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ ସନ୍ ସିଷ୍ଟମର ପ୍ରଥମ ଲାଗରାଞ୍ଜିଆନ ବା ଏଲ-ୱାନର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ ।

