କମିଲା ଗ୍ୟାସ ଦର ବଢିଲା ରାଜନୀତି

୨୦୧୪ରେ ଗ୍ୟାସ ସିଲିଣ୍ଡର ପିଛା  ଦର ଥିଲା ୪୫୦ରୁ ୫୦୦ ଟଙ୍କା । କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଗ୍ୟାସ ସିଲିଣ୍ଡର ପିଛା ୧୧୩୦ ଟଙ୍କାରେ ପହଞ୍ଚିଛି  । ଅତ୍ୟାବଶ୍ୟକ  ଦରଦାମ ସୀମା ଟପିଛି  । ଅହେତୁକ ଦରଦାମ ବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଦେଶବାସୀ । କେନ୍ଦ୍ରର ବିଜେପି ସରକାର ବିରୋଧର ଜନ ଅସନ୍ତୋଷ ଧୀରେଧୀରେ  ବୃଦ୍ଧି ପାଇବାରେ ଲାଗିଛି  । ଦରଦାମ ନିୟନ୍ତ୍ରଣ କରିବା ଅକ୍ଷମ ହୋଇଥିବା କେନ୍ଦ୍ର ସରକାର ଏବେ ଲୋକଙ୍କ  ବିଶ୍ୱାସ ହରାଇଥିବା ଅଭିଯୋଗ କରିଛି କଂଗ୍ରେସ  ।  ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଦେଶରେ ଆଗୁଆ ନିର୍ବାଚନକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର ପିଛା ମାତ୍ର ୨ଶହ ଟଙ୍କା କମାଇଛନ୍ତି  । ଏପରି ଅଭିଯୋଗ ଆଣି କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ । ଉଜ୍ଜ୍ୱଲା ଯୋଜନାରେ ମହିଳାଙ୍କୁ ଗ୍ୟାସ ସିଲିଣ୍ଡର ମାଗଣାରେ ଯୋଗାଇ ଦେବାର ପ୍ରତିଶ୍ରୃତି କୁଆଡ଼େ ଗଲା କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି । ରାଜସ୍ଥାନ, ମଧ୍ଯ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନାରେ ବିଜେପିର ସ୍ଥିତି ଭଲ ନାହିଁ , ତେଣୁ ଦର ଦାମ କମାଇ ଦଳ  ମହିଳା ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ବିଜେଡ଼ି କହିଛି ଗ୍ୟାସ ଦର 200 ଟଙ୍କା କମାଇଛନ୍ତି କିନ୍ତୁ ଆହୁରି  କମିବାର ଥିଲା । ଆମେ ଆଶା କରୁଛୁ ଗ୍ୟାସ ଦର ଆହୁରି କମାଇ ଦିଅନ୍ତୁ କେନ୍ଦ୍ର ସରକାର  ।  ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରତିଶ୍ରୁତି ଦେଇଥିଲେ ବି ଦର ଦୁର୍ବିସହ ହୋଇଥିଲା । ସାଧାରଣ ଲୋକଙ୍କ ଏହା ବହୁତ ବାଧୁଥିଲା ।  ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । କେନ୍ଦ୍ର ସରକାର ଦରଦାମକୁ ନିୟନ୍ତ୍ରଣ କରିବା ସହ  ଗ୍ୟାସ ଦର ଆହୁରି କମ କରିବାକୁ ଦାବି ହୋଇଛି ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!