ଆସୁଛି ଆକ୍ସନପ୍ୟାକ୍ଡ ମୁଭି ସିଂଘମ୍ ଏଗେନ୍ । ରୋହିତ ସେଟ୍ଟିଙ୍କ ସେଟ୍ଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ ଓ ଦୀପିକା ପାଦୁକୋନ ଲିଡ୍ ରୋଲରେ ନଜର ଆସିବାକୁ ଯାଉଛନ୍ତି । ସିନେମାରେ ପୋଲିସ୍ ଭୂମିକାରେ ନଜର ଆସିବେ ଦୀପିକା । ଦୀପିକା ଏଥିରେ ଲେଡି ସିଂଘମ୍ ଭାବେ ନଜର ଆସିବା ସହ ଅଜୟଙ୍କ ଭଉଣୀ ଭାବେ ତାଙ୍କୁ ଦେଖିବାକୁ ମିଳିବ । ସିନେମା ପାଇଁ ସେ ୩୫-୪୯ ଦିନ ପର୍ଯ୍ୟନ୍ତ ସୁଟିଂ କରିବେ । ଦୀପିକାଙ୍କ ବ୍ୟତୀତ ଟାଇଗର ଶ୍ରଫ୍ ମଧ୍ୟ ‘ସିଂଘମ୍ ଏଗେନ୍’ରେ ନଜର ଆସିବେ । ରୋହିତଙ୍କ ସହିତ ପାଖାପାଖି ୧୦ ବର୍ଷ ପରେ ଦୀପିକା କାମ କରିବେ । ଏହାପୂର୍ବରୁ ସେ ‘ଚେନ୍ନାଇ ଏକ୍ସପ୍ରେସ୍’ ଫିଲ୍ମରେ ରୋହିତଙ୍କ ସହ କାମ କରିଥିଲେ ।

