ଖାଦ୍ୟ ଓ କୃଷି କ୍ଷେତ୍ର ପାଇଁ ଏକ ଇକୋ ସିଷ୍ଟମ ବିକଶିତ କୁ ଗୁରୁତ୍ୱ

ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି), ଷ୍ଟାର୍ଟଅପ୍ ଓଡ଼ିଶା, ଏମ୍ଏସ୍ଏମ୍ଇର ମିଳିତ ସହଯୋଗରେ ଖାଦ୍ୟ ଓ ଆଗ୍ରୋ ସମ୍ମିଳନୀ ଏକ ୫ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଆଇସିସି ଓଡ଼ିଶା ପରିଷଦ ଆଗ୍ରୋ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ଆବାହକ ଶ୍ରୀରାମ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ା ବିଶେଷକରି ଓଡ଼ିଶାରେ ଷ୍ଟାର୍ଟଅପ୍ମାନଙ୍କୁ ସହଯୋଗ କରିବା ସହ ଖାଦ୍ୟ ଓ କୃଷି କ୍ଷେତ୍ର ପାଇଁ ଏକ ଇକୋ ସିଷ୍ଟମ ବିକଶିତ କରିବା ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏ ନେଇ ମଧ୍ୟ ଆଇସିସି ଓ ଓୟୁଏଟି ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କିପରି ଓୟୁଏଟି ନିଜର ଏକାଡେମିକ୍ ଓ ବୈଷୟିକ କ୍ଷେତ୍ରରେ ଉନ୍ନତି ଆଣିପାରିବା ସହ ଛାତ୍ରୀଛାତ୍ର,ଷ୍ଟାର୍ଟଅପ୍ମାନଙ୍କୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ସେହିଭଳି ଷ୍ଟାର୍ଟଅପ୍ରେ ଆର୍ଥତ୍କ, ବେପାର ବଣିଜ ଓ ମାନବ ସମ୍ବଳ କିପରି ସୁଦୃଢ଼ କରାଯାଇପାରିବ ସେ ନେଇ ମଧ୍ୟ ଅତିଥିମାନେ ବିଭିନ୍ନ ମତ ରଖିଥିଲେ। ପରିଶେଷର ଆଇସିସି ଓଡ଼ିଶା ପରିଷଦ ଆଗ୍ରୋ ଓ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ସହ ଆବାହକ ସୁଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସମ୍ମାନିତ ଅତିଥି ଭାବେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ନାବାର୍ଡର ଚିଫ୍ ଜେନେରାଲ ମ୍ୟାନେଜର ଡ. ସୁଧାଂଶୁ କେ.କେ. ମିଶ୍ର ଏବଂ ଆଇସିସିର ଚିଫ୍ ମେଣ୍ଟର ଡ. ପ୍ରଦୀପ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଆଇସିସି ଓଡ଼ିଶା ପରିଷଦର ଚେୟାରମ୍ୟାନ ଜେ.ବି.ପାଣିଙ୍କ ଅଧ୍ୟକ୍ଷତାରେ ଉକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!