ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍କୋ ସହ ଟେକ୍ସମାକୋର ଚୁକ୍ତି

ବିଶ୍ୱର ସର୍ବବୃହତ୍ ଆଲୁମିନିୟମ ରୋଲିଂ ଏବଂ ରିସାଇକ୍ଲିଂ କମ୍ପାନୀ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ ଏବଂ ଟେକ୍ସମାକୋ ରେଳ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ଚୁକ୍ତିନାମା ନିକଟରେ ସ୍ବାକ୍ଷାରିତ ହୋଇଯାଇଛି। ବିଶେଷକରି ବିଶ୍ୱ ଶ୍ରେଣୀର ଆଲୁମିନିୟମ ରେଳ ୱାଗନ ଏବଂ କୋଚ ବିକାଶ ଓ ବିନିର୍ମାଣ ନିମନ୍ତେ ଉଭୟ କମ୍ପାନୀ ଏକ ରଣକୌଶଳାମତ୍କ ଚୁକ୍ତି କରିଛନ୍ତି, ଯାହା ଭାରତୀୟ ରେଳ ବିଭାଗକୁ ଏହାର ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ସହାୟକ ହେବ ଏବଂ ପରିଚାଳନାଗତ ସାମର୍ଥ୍ୟକୁ ଅଧିକ ସୁଦୃଢ କରିବ।
ଏ ସମ୍ପର୍କରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜର ମ୍ୟାନେଜିଂ ଡାଇରେକ୍ଟର ସତୀଶ ପାଇ କହିଥିଲେ,ଭାରତର ପ୍ରଥମ ଆଲୁମିନିୟମ ରେକ୍ ପ୍ରଚଳନ ସହ ଆମେ ଉଚ୍ଚତର ଭାର ପରିବହନର ଫାଇଦା ଏବଂ ଆଲୁମିନିୟମ ରେକ୍ ବ୍ୟବହାର ଦ୍ୱାରା ହେଉଥିବା ସିଓ୨ ନିର୍ଗମନ ହ୍ରାସର ପ୍ରଦର୍ଶନ କରିଛୁ। ଏହି ସହଭାଗିତା ପଣ୍ୟ ପରିବହନ ସହିତ ଶିଳ୍ପ ଏବଂ ଯାତ୍ରୀ ପରିବହନ ନିମନ୍ତେ ମୂଲ୍ୟ ଗତ ଦିଗ ଉପରେ ବୃଦ୍ଧି ଘଟାଇବା ଆମ ଭୂମିକାକୁ ଅଧିକ ସୁଦୃଢ କରିବ। ସେହି ସମୟରେ ରେଳ ବିଭାଗକୁ ତା’ର ନେଟ୍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ଏହା ବେଶ୍ ସହାୟତା କରିବ।
ସେହିଭଳି ଟେକ୍ସମାକୋ ରେଳ ଆଣ୍ଡ ଇଞ୍ଜିନିୟରିଂ ଲିମିଟେଡ୍ର ଭାଇସ ଚେୟାରମ୍ୟାନ ଇନ୍ଦ୍ରଜିତ ମୁଖାର୍ଜୀ କହିଛନ୍ତି, ଏହି ମୂଲ୍ୟବାନ୍ ସହଭାଗିତା ନବୋନ୍ମେଷୀ ଏବଂ ଦୀର୍ଘସ୍ଥାୟୀ ଉପତ୍ାଦ ସୃଷ୍ଟି ଦିଗରେ ବିଶେଷ ସହାୟକ ହେବ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!