ଆଉ ଗୋଟିଏ ଦିନ ବୃଦ୍ଧି ପାଇଲା ବାଲିଯାତ୍ରା

ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତା କାଲି ୧୩ ତାରିଖ ଦିନ ଉଦ୍‌ଯାପିତ ହେବ ।

ବାଲିଯାତ୍ରା ପ୍ରତି ସାଧାରଣ ଲୋକଙ୍କ ଆକର୍ଷଣ ଓ ଆଗ୍ରହ ତଥା ମେଳାରେ ବ୍ୟବସାୟୀ ମାନଙ୍କ କାରବାରକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହାର ଅବଧି ବୃଦ୍ଧି କରିଛନ୍ତି । ଐତିହାସିକ ବାଲିଯାତ୍ରା ଅବସରରେ ପ୍ରଥମ ମହାନଦୀ ବୋଇତ ପ୍ରତିଯୋଗିତା ୨୦୨୫ ଉଦଘାଟିତ ହୋଇଛି ।

ରାଜ୍ୟର ସମୃଦ୍ଧ ସାମୁଦ୍ରିକ ଐତିହ୍ୟ ପରମ୍ପରାର ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ୨ ଦିନ ଧରି କଟକ ଗଡ଼ଗଡିଆ ଘାଟରେ ଏହି ପ୍ରତିଯୋଗିତା କରାଯାଉଛି । ଓଡିଶା, ଛତିଶଗଡ଼, ବିହାର, ପଞ୍ଜାବ, ଦିଲ୍ଲୀ, ଆସାମ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା ଭଳି ରାଜ୍ୟର ଜାତୀୟ ସ୍ତରୀୟ ପୁରୁଷ ଓ ମହିଳା ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।

Post Views12 Total Count

Apply Now


This will close in 0 seconds

error: Content is protected !!