୬ ଜିଲାରେ ବିକାଶମୂଳକ କାର୍ଯ୍ୟ କରିବ ୟୁବିଆଇ

ଭୁବନେଶ୍ୱର ଗସ୍ତରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ୟୁବିଆଇ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନୀତେଶ ରଞ୍ଜନ ଆସି ବ୍ୟାଙ୍କର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର କ୍ଷେତ୍ର ମହାପ୍ରବନ୍ଧକ ସର୍ଭେଶ ରଞ୍ଜନଙ୍କ ସମେତ ୬ ଜଣ କ୍ଷେତ୍ରୀୟ ମୁଖ୍ୟ ଏବଂ ୨୦୦ ଅଧିକାରୀ ଉପସ୍ଥିତ ଥିଲେ।

ଓଡ଼ିଶାର ୬ ଜିଲାରେ ବ୍ୟାଙ୍କ ଆବଶ୍ୟକ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବ୍ୟାଙ୍କ ପକ୍ଷରୁ ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ ଏବଂ ସମ୍ବଲପୁର ଭଳି ପ୍ରମୁଖ ଜିଲା ମନୋନୀତ ହୋଇଥିବା ବେଳେ ଉକ୍ତ ଜିଲାଗୁଡିକରେ କ୍ଲଷ୍ଟର ସ୍ପେସିଫିକ୍‌ ବିଜ୍‌ନେସ୍‌ ଆରମ୍ଭ କରାଯିବ।

ବିଶେଷକରି ନିକଟତମ କ୍ଷେତ୍ର ଦ୍ୱାରା ଚିହ୍ନଟ ଏବଂ ସେହି ଅନୁସାରେ ବ୍ୟାଙ୍କର ସମ୍ପ୍ରସାରଣ ପଦକ୍ଷେପ ଗ୍ରହଣ କରାଯିବ। ଅପରପକ୍ଷରେ ବ୍ୟାଙ୍କର ବିଭିନ୍ନ ପଦକ୍ଷେପ ପ୍ରକଳ୍ପ ଶକ୍ତି ଭାବେ ନିର୍ଦ୍ଦିଷ୍ଟ ଜିଲାବାସୀଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ ହେବ।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!