ରାଜଧାନୀ ଭୁବନେଶ୍ୱରକୁ ଏଣିକି ଜଗିବ ପୋଲିସ୍‌ ଡ୍ରୋନ୍‌

ରାଜଧାନୀ ଭୁବନେଶ୍ୱରକୁ ଏଣିକି ଜଗିବ ପୋଲିସ୍‌ ଡ୍ରୋନ୍‌। ଏଥର ଆକାଶ ମାର୍ଗରୁ ପାଟ୍ରୋଲିଂ କରିବ କମିଶନରେଟ ପୋଲିସ୍‌। ଡ୍ରୋନ୍‌ ଉଡ଼ାଇ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖିବ ପୋଲିସ୍‌।ରାଜଧାନୀରେ ବୁଲୁଥିବା ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗାଡ଼ି ଉପରେ ଆକାଶମାର୍ଗରୁ ନଜର ରଖିବାକୁ ଏଭଳି ଡ୍ରୋନ୍‌ ପାଟ୍ରୋଲିଂ ଆରମ୍ଭ କରିବାକୁ ଯାଉଛି କମିଶନରେଟ ପୋଲିସ ।

ସୂଚନାମୁତାବକ ଡ୍ରୋନ୍‌ରେ ହାଇ ଡେଫିନେସନ କ୍ୟାମେରା ବ୍ୟବହାର କରାଯାଇଛି। ଏହି ଡ୍ରୋନ୍‌ ୫ ଶହ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ି ପାରିବ। ଏହାସହ ୫ କିଲୋମିଟର ଅଞ୍ଚଳ ଉପରେ ନଜର ରଖି ପାରିବ।

ରାଜଧାନୀରେ ହେଉଥିବା ପର୍ବପର୍ବାଣୀ, ରାଲି, ଆନ୍ଦୋଳନ, ଭିଭିଆଇପି କାର୍ଯ୍ୟକ୍ରମ ବେଳେ ଏହି ଡ୍ରୋନ୍‌ ଦ୍ୱାରା ନଜର ରଖାଯିବ। ତାସହିତ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡକାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି । ବର୍ତ୍ତମାନ କମିଶନରେଟ ପୋଲିସ୍‌ ଗୋଟିଏ ଡ୍ରୋନ୍‌ ବ୍ୟବହାର କରୁଛି। ଆବଶ୍ୟକ ପଡ଼ିଲେ ଆହୁରି ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!