ବେସରକାରୀ ମହାବିଦ୍ୟାଳୟରେ ରାଜ୍ୟ କର୍ମଚାରୀ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ପକ୍ଷରୁ ଚଳିତ ମାସ ଶେଷ ସୁଦ୍ଧା ୧୦୬୫ଅଧ୍ୟାପକ ନିଯୁକ୍ତି ପାଇବେ। ସେମାନଙ୍କ ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।
ପରୀକ୍ଷା ସରିବା ପରେପରେ ଫଳ ପ୍ରକାଶ ଓ ନିଯୁକ୍ତି ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ସରିବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପୂର୍ବଥର ଏସ୍ଏସ୍ବି ପକ୍ଷରୁ ଗୋଟିଏ ବିଭାଗର ପରୀକ୍ଷା ସରିବାର ଦୁଇରୁ ତିନିଦିନ ମଧ୍ୟରେ ଫଳ ପ୍ରକାଶ ପାଇଥିଲା। ଉଦ୍ଭିଦ ବିଜ୍ଞାନ, ଶିକ୍ଷା, ଓଡ଼ିଆ ଓ ଭୌତିକ ବିଜ୍ଞାନ ବିଭାଗରେ ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଞ୍ଚ ପ୍ରକ୍ରିୟା ସରିଛି। ୨ ତାରିଖରୁ ପ୍ରାଣୀବିଜ୍ଞାନ, ପଦାର୍ଥ ବିଜ୍ଞାନ, ସମାଜ ବିଜ୍ଞାନ ଓ ଇତିହାସ ବିଭାଗର ସାକ୍ଷାତକାର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ବିଷୟର ସାକ୍ଷାତକାର ଆସନ୍ତା ୨୦ ତାରିଖରେ ଶେଷ ହେବ।

