ଝାଡ଼ଖଣ୍ଡରେ ନିବେଶ ହେବ ୪୫୪୭ କୋଟି

ରାଞ୍ଚିରେ ଆୟୋଜିତ ଏକ ସମାରୋହରେ ଝାଡ଼ଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୪୫୪୭ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ୩୪୩ଟି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ସେଥିରୁ ୨୩୨ ପ୍ରକଳ୍ପରେ ୩୬୯୮.୩୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ୮୪୯.୩୭ କୋଟି ଟଙ୍କା ନିବେଶରେ ୨୦ଟି ବିକାଶମୂଳକ ଯୋଜନାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ ଲୋକାର୍ପଣ କରିଥିଲେ। ସ୍ବାସ୍ଥ୍ୟ ଓ ଶିକ୍ଷା ବିଭାଗର ନବନିଯୁକ୍ତମାନଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ।

ବିଭିନ୍ନ ବିଭାଗର କଲ୍ୟାଣମୂଳକ ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ସେ ମଞ୍ଜୁରିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟ ଶିଳ୍ପ ବିଭାଗ ଓ କୋଲକାତାର ଟିନ୍ପ୍ଲେଟ୍ କଂପାନି ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷର କରାଯାଇଥିଲା। ଜନଜାତିଙ୍କ ସଂସ୍କୃତି ଉପରେ ଲିଖିତ ୬ଟି ପୁସ୍ତକ ଉନ୍ମୋଚନ କରାଯିବା ସହ ‘ଆପ୍କି ଯୋଜନା-ଆପ୍କି ସରକାର’ର ତୃତୀୟ ପର୍ଯ୍ୟାୟର ଉପଲବ୍ଧି ପୁସ୍ତିକାକୁ ମଧ୍ୟ ଏହି ଅବସରରେ ଉନ୍ମୋଚନ କରାଯାଇଥିଲା।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!