ଆଜି ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ

ଆଜି ଶପଥ ନେଲେ ରାଜ୍ୟର ତିନି ନୂଆ ମନ୍ତ୍ରୀ । ଶପଥ ପାଠ କରାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି ।ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ, ସୁଦାମ ମାର୍ଣ୍ଡି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ହେଲେ କାହାକୁ କେଉଁ ବିଭାଗ ମିଳିବ, ତାହା ଜଣାପଡ଼ିନାହିଁ ।

କିନ୍ତୁ ନୂଆ ବାଚସ୍ପତି କିଏ ହେବ ତାକୁ ନେଇ ଏବେବି ସସପେନ୍ସ ଜାରି ରହିଛି । ନିକଟରେ ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ । ସମୀର ରଂଜନ ଦାଶ ଓ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀପଦ ଛାଡିଥିଲେ ।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!