ଆଜି ଅପରାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ରଥଯାତ୍ରା ୨୦୨୪ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଜିଲ୍ଲାପାଳ ମୁଖ୍ୟତଃ ଶୃଙ୍ଖଳିତ ରଥଯାତ୍ରା ଓ ଭକ୍ତ ମାନେ କିଭଳି ବ୍ୟବସ୍ଥିତ ଢଙ୍ଗରେ ରଥଯାତ୍ରା ର ଅନୁଭୂତି ପାଇପାରିବେ ସେ ସବୁଦିଗକୁ ସମୀକ୍ଷା କରି ସେହି ଅନୁସାରେ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଢେଙ୍କାନାଳ ରଥଯାତ୍ରା ରେ ହାରାହାରି ୪୦ ରୁ ୫୦ ହଜାର ଭକ୍ତଙ୍କ ସମାଗମ ହୁଏ । ତେଣୁ ଭକ୍ତ ମାନଙ୍କ ସୁବିଧା ନିମନ୍ତେ ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ସ୍ୱାସ୍ଥ୍ୟ ସେବା ଓ ଆଶୁ ଚିକିତ୍ସା ଯୋଗାଇଦେବାପାଇଁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏହାସହିତ ରାଜପୁରୋଧା ଦେଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଯଥା ସମୟରେ କିପରି ସମସ୍ତ ରୀତିନୀତି କରାଯିବ ସେ ଉପରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡକର ସନ୍ଦୀପ ସମ୍ପତ ଯୋଗଦେଇ ଶାନ୍ତି ଶୃଙ୍ଖଳା ଓ ଆରକ୍ଷୀ ମୁତୟନ ସମ୍ବନ୍ଧରେ ଆଲୋଚନା ହୋଇଥିଲା ।ରଥ ଟଣା ଯିବା ସମୟରେ ଯେପରି ରାସ୍ତା ରେ କୌଣସି ଗାଡିମଟର ୟାତୟତ କରିବ ନାହିଁ ଓ ଯେପରି କୌଣସି ଅପରାଧିକ କାର୍ଯ୍ୟକଳାପ ନଘଟେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଆରକ୍ଷୀ ଅଧିକାରୀମାନଙ୍କୁ କହିଥିଲେ ।

ଏହାସହିତ ରଥ ପାଖରେ ଶୃଙ୍ଖଳିତ ରଥ ଟଣା ପାଇଁ ପର୍ଯ୍ୟାପ୍ତ ପୋଲିସ ମୁତୟନ କରିବାକୁ କହିଥିଲେ  । ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଯୋଗଦେଇ ଢେଙ୍କାନାଳ ରଥଯାତ୍ରା ର ମହାନତା ଓ ଢେଙ୍କାନାଳବାସୀଙ୍କ ଭାବିବେଗ ସହ ଏହା କିପରି ଜଡିତ ସେ ସମ୍ପର୍କରେ କହିଥିଲେ ଏବଂ କିଭଳି ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ ହେବା ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ ରଥ ନିର୍ମାଣ ଓ ସାଜସଜ୍ଜା, ସଂକୀର୍ତ୍ତନ, ପହଣ୍ଡି ବିଜେ ଓ ରଥଟଣା, ଆଲୋକସଜ୍ଜା, ଧାରା ବିବରଣୀ ପ୍ରଦାନ, ସ୍ବେଛାସେବୀ ମୁତୟନ, ରାସ୍ତା ପ୍ରସ୍ତୁତି କରଣ, କଂଟ୍ରୋଲ ରୁମ ର ପରିଚାଳନା ଆଦି ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ଶ୍ରୀ ସପନ କୁମାର ନନ୍ଦ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଅତରିକ୍ତ ଜିଲ୍ଲାପାଳ (ସାଧାରଣ ) ଶ୍ରୀ ରମେଶ ଚନ୍ଦ୍ର ସେଠୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରତିନିଧି ଶ୍ରୀ ନବକିଶୋର ଗୁରୁ, ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ଓ ଢେଙ୍କାନାଳ ରଥଯାତ୍ରା କମିଟିର ସଦସ୍ୟ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ ।

Post Views79 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!