ଉତ୍ତରରେ ପୁଣି ଉଡ଼ିବ ସୁଶାନ୍ତଙ୍କ ବିଜୟ ବାନା !

ସୁଶାନ୍ତ ରାଉତ । ଭୁବେନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଏହି ନାଁ ହିଁ ଯଥେଷ୍ଟ । ଅଚାନକ ରାଜନୀତିରେ ପ୍ରବେଶ ଆଉ ତାପରେ ପୋଖତ ରାଜନେତା ବନିଯାଇଥିବା କିଛି ହାତଗଣତି ନେତାଙ୍କ ମଧ୍ୟରେ ସୁଶାନ୍ତ ହେଉଛନ୍ତି ଅନ୍ୟତମ । ଭୁବନେଶ୍ବର ଉତ୍ତରରୁ ବିଧାୟକ ଥିବା ସୁଶାନ୍ତ ରାଉତଙ୍କୁ ପୁଣି ଥରେ ନିଜ ସେନାପତି ଭାବେ ବାଛିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅର୍ଥାତ 2024 ନିର୍ବାଚନ ପାଇଁ ସୁଶାନ୍ତଙ୍କୁ ହିଁ ପ୍ରାର୍ଥୀ ଘୋଷଣା କରିଛନ୍ତି ନବୀନ । ଲଗାତାର ଉତ୍ତର ଆସନରୁ ଦୁଇଥର ବିଜେଡି ଟିକେଟ ପାଇବାରେ ସୁଶାନ୍ତ ହେଉଛନ୍ତି ପ୍ରଥମ । ଯାହାକି ତାଙ୍କ ଲୋକପ୍ରିୟତା ଓ ବିଜେଡିରେ ତାଙ୍ଗ ଗ୍ରହଣୀୟତାକୁ ପ୍ରତିପାଦିତ କରୁଛି ।

ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ପରିଚିତ ସୁଶାନ୍ତ 2019 ମସିହାରେ ରାଜନୀତିରେ ପାଦ ଦେଇଥିଲେ । ସେବା କରିବାର ମନୋବୃତ୍ତି ନେଇ ବିଜୁ ଜନତା ଦଳ ଟିକେଟରେ ଲଢେଇ କରିଥିଲେ । ନିଜର ପ୍ରଥମ ପଦାର୍ପଣରେ ହିଁ ଲୋକଙ୍କ ଭରସା ଓ ଆସ୍ଥା ଜିତିବାକୁ ସେ ସମକକ୍ଷ ହୋଇଥିଲେ । ଉତ୍ତର ନିର୍ବାଚନମଣ୍ଡଳୀର ବିଶ୍ବାସ ଜିତି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁଶାନ୍ତ । 2019ରେ ଦଳ ସେହି ସମୟର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କର ଟିକେଟ କାଟି ସୁଶାନ୍ତଙ୍କୁ ପ୍ରାର୍ଥୀ କରିଥିଲା । ଦଳର ଭରସାକୁ ରଖିବା ସହ ବିଜୟୀ ହୋଇ ନବୀନଙ୍କ ହାତମୁଠାକୁ ଟାଣ କରିଥିଲେ ସୁଶାନ୍ତ । ବିଜେପିର ଅପରାଜିତା ମହାନ୍ତିଙ୍କୁ 25 ହଜାର 414 ଖଣ୍ଡ ଭୋଟରେ ହରାଇ ସେ ପ୍ରଥମ କରି ବିଧାୟକ ହୋଇଥିଲେ । ନିର୍ବାଚନରେ ସୁଶାନ୍ତ 71 ହଜାର 193 ଅର୍ଥାତ 54.84 ପ୍ରତିଶତ ଲାଭ କରି ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ସୁଶାନ୍ତ କୁମାର ରାଉତ ୧୯୭୩ ମସିହାର ଜୁନ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭକ୍ତ ଚରଣ ରାଉତ ଏବଂ ପତ୍ନୀଙ୍କ ନାମ ଅରୁନ୍ଧତୀ ଲେଙ୍କା । ସୁଶାନ୍ତଙ୍କ ଶିକ୍ଷାଗତ ଯୋଗ୍ୟତା ଏମ୍.ବି.ଏ. । ବିଜେଡି ରାଜନୀତିରେ ଖୁବ କମ୍ ଦିନରେ ନିଜର ଦକ୍ଷତା, ସେବାପଣିଆ ଓ ସ୍ନେହ ଏବଂ ଭଲପାଇବାରେ ଲୋକମାନଙ୍କର ଆପଣାର ହୋଇପାରି ଥିବାରୁ ସମସ୍ତଙ୍କର ଆଦରଣୀୟ ହୋଇଛନ୍ତି। ପ୍ର ସୁଶାନ୍ତ କୁମାର ରାଉତଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଭୁବନେଶ୍ବର ସାଙ୍ଗଠନିକ ଜିଲାର ସଭାପତି ରୂପେ ଭୁବନେଶ୍ବର-ଉତ୍ତର ବିଧାୟକ ସୁଶାନ୍ତଙ୍କୁ ନିଯୁକ୍ତି ମିଳିଛି । ଏହା ସହି ଅନେକ ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁଶାନ୍ତଙ୍କୁ ଖୋଜାପଡ଼େ ।

ଏଥର ଉତ୍ତରରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କାରଣ ପୂର୍ବତନ ବିଜେଡି ବିଧାୟକ ପ୍ରିଯଦର୍ଶୀ ମିଶ୍ରଙ୍କୁ ଟିକେଟ ନମିଳିବା ପରେ ସେ ବିଜେପିରେ ଯୋଗଦେଇ ସୁଶାନ୍ତଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ଏଣୁ ସୁଶାନ୍ତଙ୍କୁ ପ୍ରିୟଦର୍ଶୀ କଡ଼ା ଟକ୍କର ଦେବା ସମ୍ଭାବନା ରହିଛି । କିନ୍ତୁ ବିଜେଡିର ଲୋକପ୍ରିୟତା, ନବୀନ ପଟ୍ଟନାୟଙ୍କ ଗ୍ରହଣୀୟତା ଏବଂ ସୁଶାନ୍ତ ରାଉତଙ୍କ ପ୍ରତି ଲୋକଙ୍କ ଭଲପାଇବା ବିଜୟ ପଥକୁ ସୁମଗ କରିବ ବୋଲି କୁହାଯାଉଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!