ନବୀନ ବାଣ୍ଟିଲେ ନିଯୁକ୍ତି ପତ୍ର

ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା। ୪ ବିଭାଗରେ ଯୋଗ ଦେଇଛନ୍ତି ୩୬୭ ଜଣ ଅଫିସର ଏବଂ କର୍ମଚାରୀ। ଏହି ଅବସରରେ ଆୟୋଜିତ ପର୍ବରେ ଯୋଗ ଦେଇ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୀମା ଯୋଜନା ନିର୍ଦ୍ଦେଶାଳୟରେ ୮୦ ଜଣ ଷ୍ଟାଫ ନର୍ସ, ୪୦ ଫାର୍ମାସିଷ୍ଟ, ୪୦ ଜଣ ଲାବ ଟେକନିସିଆନ, ୮ ଜଣ ଏଏନଏମ, ୮ ଏକ୍ସରେ ଟେକନିସିଆନ ଏବଂ ୮ ଜଣ ଓଟି ଆସିଷ୍ଟାଷ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ହସ୍ତଶିଳ୍ପ ନିର୍ଦ୍ଦେଶାଳୟରେ ୪୮ ଜଣ ହସ୍ତଶିଳ୍ପ ବିକାଶ ଅଧିକାରୀ, ୭ ଜଣ ସମବାୟ ସମିତି ନିରୀକ୍ଷକଙ୍କ ସହ ୩ ଜଣ ସମୀକ୍ଷକ ନିଯୁକ୍ତି ପାଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ୧୧ ଜଣ କନିଷ୍ଠ ସହାୟକଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟରେ ୯ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ୧୦୪ ଜଣ ଯୋଗାଣ ନିରୀକ୍ଷକଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟବାସୀଙ୍କ ସେବା ଯୋଗାଇବା ନିୟୁକ୍ତି ପାଇଥିବା ପ୍ରାର୍ଥୀଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେବା ଦରକାର। ଜନସାଧାରଣଙ୍କ ସେବା ଆମର ମୁଖ୍ୟ ଲକ୍ଷ୍ୟ ଦେବା ଦରକାରବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ସାଢେ ୪ କୋଟି ଓଡ଼ିଶାବାସୀ ମୋ ପରିବାର। ସମସ୍ତଙ୍କୁ ନିଜ ପରିବାର ଭାବି ସେବା ପ୍ରଦାନ କରିବାକୁ ନୂତନ ନିଯୁକ୍ତି ପାଇଥିବା ଅଫିସର ଏବଂ କର୍ମଚାରୀଙ୍କୁ ଆହ୍ଵାନ କରିଛନ୍ତି। ଫାଇଭ-ଟି ଉଦ୍ୟମକୁ ଅନୁସରଣ କରି ନିଜ ନିଜ କ୍ଷେତ୍ରରେ ରୂପାନ୍ତରର ଧାରା ହାସଲ କରିବାକୁ କହିଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟକୁ ଆଗକୁ ନେବାକୁଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ।…

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!