୨୫ ବର୍ଷ ପରେ ଓଡିଶା ପୁଣି ପାଇଛି ଉପ ମୁଖ୍ୟମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ପାଇଁ ପ୍ରଭାତୀ ପରିଡା ଓ କେଭି ସିଂଦେଓଙ୍କ ନାଁ ଘୋଷଣା କରିଛି ବିଜେପି । ୫୭ବର୍ଷୀୟା ପ୍ରଭାତୀ ବିଜେପିର ଜଣେ ଆଗଧାଡ଼ିର ମହିଳା । ପ୍ରଥମଥର ପାଇଁ ଚଳିତ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କ ସ୍ୱାମୀ ଶ୍ୟାମସୁନ୍ଦର ନାୟକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ତାଙ୍କ ଶାଶୁଘର ନିମାପଡ଼ାର ତେରୁଣ୍ଡିଆ ଗାଁରେ ।

ପ୍ରଭାତୀ ୧୯୯୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ସେହିବର୍ଷ ଓଡ଼ିଶା ହାଇକୋର୍ଟରେ ଆଡଭୋକେଟ୍ ଭାବେ ନିଜକୁ ପଞ୍ଜିକୃତ କିରଥିଲେ ।ତେବେ ଏହି ଦୁଇ ନାଁ ଭିତରୁ ପ୍ରଭାତୀ ପରିଡାଙ୍କ ନାଁ ଏବେ ଚର୍ଚ୍ଚାରେ ରହିଛି । ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ନିମାପଡ଼ାର ବିଧାୟିକା ପ୍ରଭାତୀ ପରିଡ଼ା ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

୨୦୦୫ ମସିହାରେ ସେ ପିଆର ରେ ପିଜି କରିଥିଲେ । ପ୍ରଭାତୀ ପରିଡା ୨୦୦୯ ମସିହାରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ ପ୍ରଥମେ ୨୦୦୯ରେ ନିମାପଡା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ବିଜେପି ଟିକେଟ ପାଇ ନିର୍ବାଚନ ଲଢିଥିଲେ ବି ପରାଜିତ ହୋଇଥିଲେ । ୨୦୧୯ରେ ମଧ୍ୟ ସେ ପରାଜିତ ହୋଇଥିଲେ । ଏତେ ଥର ନିର୍ବାଚନ ହାରିବା ପରେ ସେ ଦଳର ସକ୍ରିୟ ସଦସ୍ୟ ଭାବେ କାମ କରିଥିଲେ ।ଏହାସହ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ ପ୍ରଭାତୀ ପରିଡ଼ା ।ପ୍ରତିଭା ଜଣେ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା ।

