ପ୍ରଫୁଲ୍ଲଙ୍କ ବିସ୍ଫୋରକ ମନ୍ତବ୍ୟର ଜବାବ ଦେଲେ ପ୍ରମିଳା

ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ଗତକାଲି ଏକ କାର୍ଯ୍ୟକ୍ରମରେ ପୁଅ ପ୍ରୀତିରଂଜନଙ୍କ ସଂପର୍କରେ ମନ୍ତବ୍ୟ ଦେବା ସହ ବିଜେଡିର ଖୋଲିଥିଲେ ପୋଲ୍। ଦଳରେ ଷଡ଼ଯନ୍ତ୍ର ଚାଲିଥିଲା, ଅହଂକାର ଯୋଗୁ ବିଜେଡିର ପରାଜୟ ହୋଇଛି ବୋଲି ସେ କହିଥିଲେ। ଯାହାର ଆଜି କଡ଼ା ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସେ କହିଛନ୍ତି, ପ୍ରଫୁଲ୍ଲ ଜାଣିଥିବେ କେଉଁଠି କିଏ ଷଡ଼ଯନ୍ତ୍ର କରିଥିଲା। ଆମେ ଜାଣିନୁ। ଦଳରେ କେଉଁ ଜାଗାରେ ଷଡ଼ଯନ୍ତ୍ର ଚାଲିନି। କୌଣସି ଜାଗାରେ ଦଳ ଭିତରେ କୌଣସି ଷଡ଼ଯନ୍ତ୍ର ଚାଲିନି। ଆଗରୁ ହୋଇ ନଥିଲା କି ଏବେ ବି ହେଉନି। ଦଳ ଯେମିତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିଲା ସେମିତି ଚାଲିଛି । ଦଳରେ କିଛି ଅହଂକାର ବଢିନି କି କାହାର ଅହଂକାର ବଢିନି। ଦଳ ଯେମିତି ଚାଲିବା କଥା ଚାଲିଛି। ପ୍ରଫୁଲ୍ଲ ଘଡେ଼ଇ କାହିଁକି କହୁଛନ୍ତି ତାଙ୍କୁ ପଚାରନ୍ତୁ। ଆଉ କିଏ ଷଡ଼ଯନ୍ତ୍ର କରିଥିଲା ତାଙ୍କୁ ପଚାରୁ ନାହାନ୍ତି କାହିଁକି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

Post Views6 Total Count

Apply Now


This will close in 0 seconds

error: Content is protected !!