ଆସନ୍ତାକାଲି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ଭୋଟ

ସରିଲା ପ୍ରଚାର। କାଲି ପଡ଼ିବ ଭୋଟ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ। ମୋଟ ୮୧ ଆସନରୁ କାଲି ପ୍ରଥମ ପର୍ଯ୍ୟାୟରେ ୪୩ ଆସନରେ ହେବ ମତଦାନ । ମଇଦାନରେ ଅଛନ୍ତି ୬୮୫ ପ୍ରାର୍ଥୀ। ଜମସେଦପୁର ପଶ୍ଚିମରେ ସର୍ବାଧିକ ୨୮ ଜଣ ପ୍ରାର୍ଥୀ ଅଛନ୍ତି। ଜଗନ୍ନାଥପୁରରେ ଅଛନ୍ତି ସବୁଠୁ କମ୍ ୮ ଜଣ ପ୍ରାର୍ଥୀ।
ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଷଢ଼େଇକଳାରୁ ବିଜେପି ପ୍ରାର୍ଥୀ ଚମ୍ପାଇ ସୋରେନ । ଘଟଶିଳାରୁ ଲଢୁଛନ୍ତି ଚମ୍ପାଇଙ୍କ ପୁଅ ବାବୁଲାଲ ସୋରେନ। ପୋଟକାରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡା। ଜାମସେଦପୁର ପୂର୍ବ ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ସାହୁ। ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର। ସେହିପରି ଜଗନ୍ନାଥପୁର ଆସନରୁ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ପତ୍ନୀ ଗୀତା । ରାଞ୍ଚିରୁ ଲଢୁଛନ୍ତି ଜେଏମଏମ ହେଭିୱେଟ ମହୁଆ ମାଝୀ।
ରାଜ୍ୟରେ ମୋଟ ୨ କୋଟି ୬୦ ଲକ୍ଷରୁ ଅଧିକ ଭୋଟର୍ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ କୋଟି ୩୧ ଲକ୍ଷ ପୁରୁଷ ଓ ୧ କୋଟି ୨୯ ଲକ୍ଷ ହେଉଛନ୍ତି ମହିଳା ଭୋଟର। ନଭେମ୍ଵର ୨୦ରେ ହେବ ଦ୍ଵିତୀୟ ପର୍ଯ୍ୟାୟ ମତଦାନ। ୨୩ରେ ଅଛି ଗଣତି।
ଏହି ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୈୟା ସମ୍ମାନ ଯୋଜନା ଖାଦ୍ଯ ନିରାପତ୍ତା ଗ୍ଯାରେଣ୍ଟି, ଶିକ୍ଷାର ଗ୍ୟାରେଣ୍ଟି ନିଯୁକ୍ତି ଓ ସ୍ଵାସ୍ୟ ନିରାପତ୍ତା ଗ୍ୟାରେଣ୍ଟି, କୃଷକ କଲ୍ୟାଣ ଗ୍ୟାରେଣ୍ଟି, ସରନା ଧରମ ସଂହିତା କାର୍ଯ୍ୟକାରୀ ଗ୍ୟାରେଣ୍ଟି ଆଦି ଦିଆଯାଇଛି। ସେହିପରି ଏନଡିଏ ପକ୍ଷରୁ ଦିଆଯାଇଛି ମାଳମାଳ ପ୍ରତିଶ୍ରୁତି। ପ୍ରତି ମହିଳାଙ୍କ ନିକଟକୁ ଯିବ ୨ ହଜାର ୧୦୦ ଟଙ୍କା, ୫ଶହ ଟଙ୍କାରେ ପ୍ରତି ପରିବାରକୁ ଏଲପିଜି ସିଲିଣ୍ଟର ଆଦି ପ୍ରତିଶ୍ରୁତି ଦିଆଯାଇଛି।
୨୦୧୯ବିଧାନସଭା ନିର୍ବାଚନରେ ଜେଏମମ-କଂଗ୍ରେସ-ଆରଜେଡି ମେଣ୍ଟ ୮୧ଟି ଆସନରୁ ୪୭ଟି ଆସନରେ ବିଜୟୀ ହୋଇଥିଲେ। ଜେଏମଏମକୁ ୩୦ଟି, କଂଗ୍ରେସକୁ ୧୬ଟି ଓ ଆରଜେଡିକୁ ଗୋଟିଏ ଆସନ ମିଳିଥିଲା। ବିଜେପି ଏକାକୀ ନିର୍ବାଚନ ଲଢ଼ି ୨୫ଟି ଆସନ ପାଇଥିଲା।

 

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!