ସବୁଠି ଦେଖାଗଲାଣି ନିର୍ବାଚନ ମାହୋଲ । ଜୋରଦାର ପ୍ରଚାର ବି ଆରମ୍ଭ କରିଦେଲେଣି ପ୍ରାର୍ଥୀ । ଦ୍ବିତୀୟ ପର୍ଯ୍ୟାୟରେ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୭୫ ଆସନରୁ ୩ଟିରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ବାକି ୭୨ ଆସନରେ ଦଳ ପୂରୁଣା ଚେହେରା ଉପରେ ପୁଣି ଭରସା ଦେଖାଇଛି ।
୨୦୨୪ ନିର୍ବାଚନ ପାଇଁ ସରଗରମ ହେଲାଣି ନିର୍ବାଚନୀ ପାଣିପାଗ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର । ନିରଞ୍ଜନ ଏଠାରୁ ୨୦ ବର୍ଷ ବିଧାୟକ ରହିଥିବା ବେଳେ, ୨୪ ବର୍ଷ ଧରି ସିଟ୍ କୁ ନିଜ କବଜାରେ ରଖିଛନ୍ତି ବଦ୍ରି ନାରାୟଣ । ୨୦୧୯ରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ବଦ୍ରିନାରାୟଣ ଏବଂ ନିରଞ୍ଜନଙ୍କ ମଧ୍ଯରେ କଡ଼ା ଟକ୍କର ହୋଇଥିବା ବେଳେ, ଏଥର ମଧ୍ଯ ଜୋରଦାର ଲଢ଼େଇ ହେବାର ସମ୍ଭାବନା ରହିଛି । ସେପଟେ ବିଜେଡି ଏବଂ କଂଗ୍ରେସକୁ ଚକମା ଦେଇ ସିଟ୍ ହାତେଇବାକୁ ଆଶା ବାନ୍ଧିଛି ବିଜେପି ।
ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ଭଣ୍ଡାରୀପୋଖରୀରୁ ଲଢ଼ିବେ। ନିରଞ୍ଜନ ପଟ୍ଟନାୟକ ଜଣେ ରାଜନୀତିଜ୍ଞ । ନିରଞ୍ଜନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି ।ଓଡିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ସେ ୪ ଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୮୫, ୧୯୯୫ ଓ ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାମଚନ୍ଦ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୯ମ, ୧୧ଶ ଓ ୧୨ଶ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିରଞ୍ଜନ ପଟ୍ଟନାୟକ ୧୯୪୨ ମସିହାର ଜୁନ ମାସ ୧ ତାରିଖରେ କେ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

