ବାଲେଶ୍ୱରରେ ଲଢେଇ ଜୋରଦାର ହେବ । ବିଶେଷ କରି ଲୋକସଭା ନିର୍ବାଚନ ମଣ୍ଡଳୀରେ ବି ଲଢେଇ ଜବରଦସ୍ତ ହେବ ବୋଲି ଆକଳନ କରାଯାଉଛି । କାରଣ ବିଜେପି ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିବାବେଳେ ବିଜେପି ଛାଡି ନିକଟରେ ବିଜେଡିରେ ମିଶିଥିବା ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଓହ୍ଲାଇଛନ୍ତି ମଇଦାନକୁ ।
୨୦୧୯ରେ ବାଲେଶ୍ୱରରୁ ବାଜି ମାରିଥିବା ପ୍ରତାପ ଷଡଙ୍ଗୀଙ୍କ ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ରହିଥିବାବେଳେ ଲେଖାଶ୍ରୀ ତାଙ୍କୁ କଡା ଟକ୍କର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ କଂଗ୍ରେସ ବର୍ତ୍ତର୍ମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରି ନାହିଁ ।
ବାଲେଶ୍ୱର ଲୋକସଭା ଆସନରୁ ବାଜି ମାରିଥିଲେ ବିଜେପିର ପ୍ରତାପ ଷଡ଼ଙ୍ଗୀ,ଦ୍ୱିତୀୟ ସ୍ଥାନରେ ଥିଲେ ବିଜେଡି ପ୍ରାର୍ଥୀ ରବିନ୍ଦ୍ର ଜେନା,ପ୍ରତାପ ଷଡଙ୍ଗୀଙ୍କୁ ମିଳିଥିଲା ୪ ଲକ୍ଷ ୮୩ ହଜାର ୮୫୮ ଭୋଟ,ବିଜେପିର ଭୋଟ୍ ପ୍ରତିଶତ ଥିଲା ୪୧.୭୯%,ବିଜେଡିର ରବିନ୍ଦ୍ର ଜେନା ପାଇଥିଲେ ୪ ଲକ୍ଷ ୭୦ ହଜାର ୯୦୨,ତୃତୀୟ ସ୍ଥାନରେ ଥିବା କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ପାଇଥିଲେ ୧ ଲକ୍ଷ ୭୯ହଜାର ୪୦୩ ଭୋଟ

