ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି ।
ଏବେ ଚନ୍ଦ୍ରଯାନ ୧୭୪ କିଲୋମିଟରରୁ – ୧୪୩୭ କିଲୋମିଟର ଦୂର ଚନ୍ଦ୍ରର କକ୍ଷ ପକ୍ଷରେ ଘରୁଛି ଯାନ । ଆସନ୍ତା ଅଗଷ୍ଟ ୧୪ରେ ଚନ୍ଦ୍ରର ଆହୁରୀ ନିକଟର ହେବ ଚନ୍ଦ୍ରଯାନ-୩ ।
ଚନ୍ଦ୍ରର ପ୍ରଥମ ଫଟୋ ଜାରି କରିଛି ଚନ୍ଦ୍ରଯାନ ୩ । ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିବା ପରେ ଚନ୍ଦ୍ରଯାନ ୩ ପ୍ରଥମ ଥର ପାଇଁ ଏକ ସ୍ପଷ୍ଟ ଚିତ୍ର ପଠାଇଛି ।
ଏଯାଏ ଚନ୍ଦ୍ରଯାନ-୩ର ସମସ୍ତ ପର୍ଯ୍ୟାୟ ସଫଳତାର ସହିତ ଜାରି ରହିଛି । ଏକ ସରଳ ଯାତ୍ରା କରୁଛି ଚନ୍ଦ୍ରଯାନ ୩ । ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ରର ଦୁଇ ତୃତୀୟାଂଶରୁ ଅଧିକ ଦୂର ଅତିକ୍ରମ କରିସାରିଲାଣି ।

